ମାଦକ ଦ୍ରବ୍ୟ ଚୋରାଚାଲାଣ ରୋକିବା ନେଇ ବୈଠକ

 ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ ବ୍ୟାପକ ମାଦକ ଦ୍ରବ୍ୟ ଧରାପଗଡ଼ ଓ ଚୋରାଚାଲାଣ ରୋକିବା ନିମନ୍ତେ ରାୟଗଡ଼ା ଜିଲ୍ଲାପାଳ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି  । ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ, ଏସ୍ କୁମାରଙ୍କ ଉପସ୍ଥିତରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଜିଲ୍ଲାରେ ଗଞ୍ଜେଇ ଚାଷ ରୋକିବା, ନିଶାଦ୍ରବ୍ୟର ଅବାଧ କାରବାର ନେଇ ଗୁପ୍ତତଥ୍ୟ ପ୍ରଦାନ, ସ୍କୁଲ ଓ ହାଇସ୍କୁଲରେ ନିଶାନିବାରଣ ନେଇ ସଚେତନତା କରିବା, ମାଦକ ଦ୍ରବ୍ୟ କାରବାରର କ୍ଷତି ବିଷୟରେ ଜନସଚେତନତା ସୃଷ୍ଟି କରିବା, ଉନ୍ନୟନ କାର୍ଯ୍ୟକ୍ରମ ଗୁଡ଼ିକ କାର୍ଯ୍ୟକାରୀ କରିବା ଏବଂ ବିଶେଷ କରି ଓଡ଼ିଶା ଜୀବିକା ମିଶନ କାର୍ଯ୍ୟକ୍ରମ ଜରିଆରେ ଏହି ଅଞ୍ଚଳର ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇବା ଉପରେ ଆଲୋଚନା କରାଯାଇଥିଲା । ଅବକାରୀ ବିଭାଗ ସକ୍ରିୟ ରହି ନିଶା କାରବାର ରୋକିବା ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ ।  ଏହି ବୈଠକରେ ଜିଲ୍ଲା ଅବକାରୀ ଅଧିକ୍ଷକ ସୁଶାନ୍ତ ଧଳ ସାମନ୍ତ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, କୃଷି ଅଧିକାରୀ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଉଦ୍ୟାନ ବିଭାଗ, ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନଲାଲ ମାଝୀ, ଜିଲ୍ଲା ଦକ୍ଷତା ଓ କର୍ମ ନିୟୋଜନ ଅଧିକାରୀ ତତ୍ତ୍ୱମାସୀ ମହାପାତ୍ର, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ, ରେଳ ବିଭାଗ ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।