ମାନସଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହୃତ 


 ଭୁବନେଶ୍ୱର : କଟକ ଜିଲ୍ଲା ପୂର୍ବତନ କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ଉପରେ ଦଳ ପକ୍ଷରୁ ଲାଗୁ ହୋଇଥିବା ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ଘୋଷଣାନାମାକୁ ହଟାଇ ଦିଆଯାଇଛି । ସଭାପତି ଘୋଷଣା ହେବାର କିଛି ଘଣ୍ଟା ପରେ ଭକ୍ତ ଚରଣ ଦାସ ଏହି ବହିଷ୍କାର ଆଦେଶ ହଟାଇଛନ୍ତି । ଦଳର ସମସ୍ତ ସଦସ୍ୟଙ୍କୁ ଏକ ପ୍ରେସ୍ ବିବୃତିରେ ଶ୍ରୀ ଦାସ ବହିଷ୍କାର ଆଦେଶ ପ୍ରତ୍ୟାହୃତ ହୋଇଥିବା ଜଣାଇଛନ୍ତି । ଉଲ୍ଲେଖ ଯେ ଗତବର୍ଷ ଜୁନ୍ରେ ଦଳରୁ ଶ୍ରୀ ଚୌଧୁରୀଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା । ଏହି ଘଟଣା ପରେ ଶ୍ରୀ ଚୌଧୁରୀ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ତକôାଳୀନ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କୁ ଟାର୍ଗେଟ୍ କରିଥିଲେ । ଏଆଇସିସିର ଜଣେ ସଦସ୍ୟ ହୋଇଥିବାରୁ ତାଙ୍କୁ ପ୍ରଦେଶ କଂଗ୍ରେସ ସଭାପତି ବହିଷ୍କାର କରିପାରିବେ ନାହିଁ ବୋଲି କହିଥିଲେ । ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପାଇଁ ଏହି ଦୁଇ ନେତାଙ୍କୁ ଦାୟୀ କରି ରାହୁଲ ଗାନ୍ଧୀ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡ୍ଗେଙ୍କୁ ପତ୍ର ଲେଖିଥିବାରୁ ପ୍ରତିଶୋଧ ପରାୟଣ ହୋଇ ତାଙ୍କ ଉପରେ ଏଭଳି ପଦକ୍ଷେପ ନିଆଯାଇଥିବା ଶ୍ରୀ ଚୌଧୁରୀ କହିଥିଲେ ।