ମାସିକ ସତ୍ୟବାଦୀ ସାହିତ୍ୟ ସନ୍ଧ୍ୟା

 ଭୁବନେଶ୍ୱର : ପୂର୍ଣ୍ଣାଙ୍ଗ ଉକôଳ ଉନ୍ନୟନ ନ୍ୟାସୀ ମଣ୍ଡଳ ପକ୍ଷରୁ ପ୍ରତି ମାସରେ ହେଉଥିବା ସତ୍ୟବାଦୀ ସାହିତ୍ୟ ସନ୍ଧ୍ୟାର ଚଳିତ ମାସର ଆଲୋଚ୍ୟ ବିଷୟ ବସ୍ତୁ ଥିଲା ଗୋପବନ୍ଧୁଙ୍କ ଅନ୍ୟତମ କୃତି କବିତା ରେଳ ଉପରେ ଚିଲିକା ଦର୍ଶନ । ଅବକାଶ ଚିନ୍ତା ପୁସ୍ତକରେ ସନ୍ନିବିଷ୍ଟ ଥିବା ଏହି କବିତା କିପରି କାଳଜୟୀ ଓ ଚିର ସବୁଜ ତାହା ଆଲୋଚନାରେ ଅଂଶଗ୍ରହଣ କରି ପ୍ରଫେସର୍ ଶରତ ଚନ୍ଦ୍ର ରଥ, ପର୍ଶୁରାମ ଦ୍ୱିବେଦୀ, ଆରତି କର, ମନୋଜ ଜେନା, ମୁରଲୀଧର  ଭାଷ୍ୟମ୍, ବିରଜା ପ୍ରସାଦ ଶତପଥୀ, ପ୍ରଦୀପ୍ତ ବିଶ୍ୱାଳ, ସିଦ୍ଧାର୍ଥ କାନୁନଗୋ ଓ ବିଜୟ ମହାନ୍ତି ପ୍ରଭୃତି ପ୍ରକାଶ କରିଥିଲେ । ସୀତା ବଲ୍ଲଭ ମହାପାତ୍ରଙ୍କ  ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ରାମ ନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।