ମା’ ଘଣ୍ଟାଶୁଣି ଲୋକ ଉସବ

 ବଲାଙ୍ଗିର: ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ମା’ଘଣ୍ଟାସୁଣୀ ଲୋକ ଉସôବ, ଲୋକ ସାହିତ୍ୟ ଆଲୋଚନା ଓ କବିତା ପାଠ ସ୍ଥାନୀୟ ବାଳକ ହାଇସ୍କୁଲର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି  । ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ବରିଷ୍ଠ ସାହିତ୍ୟିକ ଭିକାରୀ ଚରଣ ମିଶ୍ର ସଭାପତିତ୍ୱ କରିଥିଲେ  । ଲୋକ କଳା ସାହିତ୍ୟ ଓ ସଂସ୍କୃତିର ସାଂପ୍ରତିକ ଅସ୍ତିତ୍ୱ ପ୍ରସଂଗ ଉପରେ ବିଭିନ୍ନ ବ୍ଲକରୁ ପ୍ରତିନିଧିତ୍ୱ କରି ଆଲୋଚକ ଭାବରେ ଗୌତମ କ୍ଷେତି, ବିରଞ୍ଚô ନାରାୟଣ ଦାସ, ନାରାୟଣ ମିଶ୍ର, ଦିଲ୍ଲୀପ କୁମାର ପସାୟତ, ଭିକାରୀ ମିଶ୍ର ପ୍ରମୁଖ ବିସ୍ତୃତ ଭାବେ ଆଲୋଚନା କରିଥିଲେ  । ଜ୍ୟୋତି ପ୍ରକାଶ ଗଡତ୍ୟା ସଭା ପରିଚାଳନା କରିଥିବା ବେଳେ ଟିକେଲାଲ ବେହେରା ସ୍ୱାଗତ ସଂଭାଷଣ ଦେଇଥିଲେ ଏବଂ ନୀଳମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ  । ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ନପୂର୍ଣ୍ଣା ନନ୍ଦ, ସୁଷମା ବେହେରା, ବନ୍ଦନା କର, ଜସ୍ମିନ ମିଶ୍ର ଏବଂ ଲକ୍ଷ୍ମୀ ପ୍ରିୟା ବଗର୍ତ୍ତିଙ୍କ ସଂଯୋଜନାରେ ଅର୍ଦ୍ଧ ଶତାଧିକ କବି କବୟିତ୍ରୀ ଲୋକ କବିତା ଆବୃତ୍ତି କରିଥିଲେ  ।