ମା’ ପାଇଁ ଗଛଟିଏ, ଗଛ ପାଇଁ ରାକ୍ଷୀଟିଏ କାର୍ଯ୍ୟକ୍ରମ

  ଆସିକା: ଆସିକା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ହରିଡାପଦର ଗ୍ରାମପଞ୍ଚାୟତର ମଣ୍ଟାପଡା ଗ୍ରାମରେ ଥିବା ମା’ ରନôମାଳୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ମା’ ପାଇଁ ଗଛଟିଏ, ଗଛ ପାଇଁ ରାକ୍ଷୀଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ତାରାପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ସମାଜସେବୀ  ବ୍ରହ୍ମାନନ୍ଦ ଆଚାରୀ, ବି.ଚନ୍ଦ୍ରଶେଖର ରେଡି, ଇକୋ କ୍ଲବର ଗୋବିନ୍ଦ ପରିଡ଼ା, ବିଦ୍ୟାଳୟର ସଭାପତି  ଗଜପତି ନାହାକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକଶିକ୍ଷୟିତ୍ରୀ ମିଶି ପବିତ୍ର ରକ୍ଷା ବନ୍ଧନ ଅବସରରେ ପିଲାମାନଙ୍କ ଦ୍ୱାରା ସୁନ୍ଦର ଏକ ରାକ୍ଷୀ ପ୍ରସ୍ତୁତ କରି  ବିଦ୍ୟାଳୟ ହତା ମଧ୍ୟରେ ଥିବା ମା’ ପାଇଁ ଗଛ ଟିଏ ନାରାରେ ବୃକ୍ଷରୋପଣ କରି ଗଛ ପାଇଁ ରାକ୍ଷୀ ଟିଏରେ ଏକ ବୃକ୍ଷକୁ ସମସ୍ତେ ମିଶି ଗଛ ଦେହରେ ବାନ୍ଧିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ପାଣ୍ଡବେଶ୍ୱର ଜେନା, ଶଶିଭୂଷଣ ସାହୁ, ପାଣ୍ଡବ ଗୈାଡ ଏବଂ କର୍ମଚାରୀ ମହନ୍ତର ସାହୁ, ବୁଲୁ ସେଠି ଓ ଶନି ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।