ମା’ ଲକ୍ଷ୍ମୀଙ୍କ ରାଜାରାଜେଶ୍ୱରୀ ବେଶ

କପ୍ତିପଦା: କପ୍ତିପଦା ଦଧିବାମନ ଜିଉଙ୍କ ନୂତନ ମନ୍ଦିରର ରନôମୁଦ ଉତ୍ସବ ଅନୁଷ୍ଠିତ ହୋଇଛି । ୭୦୦ ବର୍ଷରୁ ଅଧିକ ହେବ ଏଠାରେ ପ୍ରଭୁ ଦଧିବାମନ ମାଟି ମନ୍ଦିରରେ ପୂଜା ପାଇଆସୁଥିଲେ । ରାଣୀ ଲାବଣ୍ୟ ମଞ୍ଜରୀ ଦେବୀ ସ୍ଥାୟୀ ମନ୍ଦିର ନିର୍ମାଣ କରିବା ପରେ ଉକ୍ତ ମନ୍ଦିରରେ ଏବେ ଶ୍ରୀଜିଉ ପୂଜା ପାଇଆସୁଛନ୍ତି । ମନ୍ଦିର ବହୁ ପୁରାତନ ଥିବାରୁ  ବହୁ ଶୁଭେଚ୍ଛୁ, ଶ୍ରଦ୍ଧାଳୁ, ଜଗନ୍ନାଥ ପ୍ରେମୀ ଗ୍ରାମବାସୀଙ୍କ ସହଯୋଗରେ ୬୫ ଫୁଟ ଉଚ୍ଚର ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଇ ଏହାର ରନôମୁଦ ଉତ୍ସବ ଅନୁଷ୍ଠିତ ହୋଇଛି । ନୟାଗଡ଼ର ବିଶିଷ୍ଟ ଶିଳ୍ପୀ ଓ ସାଥୀଙ୍କ ସହଯୋଗରେ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଗତ ୧୮ରୁ ମନ୍ଦିର ପରିସରରେ ନୂତନ ଭାବେ ନିର୍ମିତ ମା’ଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇ ରତ୍ନମୁଦ କାର୍ଯ୍ୟ ସଂପାଦନ ହୋଇଛି । ଶ୍ରୀଜୀଉଙ୍କ ନୀତି ସଂପନ୍ନ ପରେ ଗ୍ରାମବାସୀ ଆଧ୍ୟାତ୍ମିକ ଶୋଭାଯାତ୍ରାରେ  ଗାଁର ଦିବାକର ମହାନ୍ତିଙ୍କ ବାଡ଼ିରେ ଥିବା ବରୁଣ ଏବଂ ସାହାଡ଼ା ଗଛକୁ ପୂଜା କରି ଛେଦନ କରିଥିଲେ । ସେଥିରୁ ଇନ୍ଦ୍ର ଇନ୍ଦ୍ରାଣୀ ମୂର୍ତ୍ତି ନିର୍ମାଣ କରାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା । କର୍ତ୍ତାଭାବେ ରାଜପରିବାର ସଦସ୍ୟ ହରିଶ୍ଚନ୍ଦ୍ର ସାଏ ଏବଂ ସହଧର୍ମିଣୀ ମନୋଜା ସାଏ ପୂଜା କାର୍ଯ୍ୟ ସଂପାଦନ କରିଥିବାବେଳେ କପ୍ତିପଦା ରାଜାସାହେବ ସୌରଭଚନ୍ଦ୍ର ପରାକ୍ରମବାହୁ ବିରାଟ ଭୂଜଙ୍ଗ ମାନଧାତା ଉପସ୍ଥିତ ରହି ଇନ୍ଦ୍ରଇନ୍ଦ୍ରାଣୀଙ୍କୁ ମନ୍ଦିର ଶିଖରେ ସ୍ଥାପନ କରିଥିଲେ ।