ମିଳିତ ଜନଶୁଣାଣି ଅନୁଷ୍ଠିତ
ବାଲେଶ୍ୱର : ସ୍ଥାନୀୟ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ୧୩୬ ଜଣ ଅଭିଯୋଗକାରୀ ନିଜ ନାମ ପଞ୍ଜିକରଣ କରିବା ସହ ଅଭିଯୋଗ ଉପସ୍ଥାପନ କରିଥିଲେ । ସେଗୁଡ଼ିକ ମଧ୍ୟରୁ ୧୦୭ ଗୋଟି ବ୍ୟକ୍ତିଗତ, ୧୭ ଗୋଟି ସାମୂହିକ, ୯ ଗୋଟି ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ଓ ୩ ଗୋଟି ରେଡ୍କ୍ରସ ସହାୟତା ନିମନ୍ତେ ଦରଖାସ୍ତ ପ୍ରଦାନ କରାଯାଇଥିଲା । ସେଥିମଧ୍ୟରୁ ୨୧ଗୋଟି ଦରଖାସ୍ତର ଆଶୁ ସମାଧାନ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ହେମନ୍ତ ସିଂ, ଅତିରିକ୍ତ ନିର୍ବାହୀ ଅଧିକାରୀ, ଡ.ମଧୁସ୍ମିତା ସାମନ୍ତରାୟ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡ.କିଶୋର ଆଚାର୍ଯ୍ୟ, ବାଲେଶ୍ୱର ସଦର ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ, ଉପଆରକ୍ଷୀ ଅଧିକ୍ଷକ ନିବେଦିତା ସୋରେନଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ ।