ନୂତନ ଆଇଆଇସିଙ୍କ ଯୋଗଦାନ
ନିଆଳି: ଓଲଟପୁର ଥାନାରେ ନୂତନ ଆଇଆଇସି ଭାବେ ଯୋଗ ଦେଇଛନ୍ତି କାଦମ୍ବିନୀ ପରିଡା । ଓଲଟପୁର ଥାନା ଆଇଆଇସି ପ୍ରିୟରଞ୍ଜନ ନାୟକ ଅନ୍ୟତ୍ର ବଦଳି ହେବା ପରେ କାଦମ୍ବିନୀ ପରିଡା ଯୋଗ ଦେଇଛନ୍ତି । ସେ ପୂର୍ବରୁ କଟକ ଜିଲ୍ଲା ମାଣିଆ ବନ୍ଧ ବୈଦେଶ୍ୱର ଥାନାରେ ଦକ୍ଷତାର ସହ କାମ କରିଛନ୍ତି । ତେବେ ଶ୍ରୀମତୀ ପରିଡା ଯୋଗ ଦେବା ପରେ ବିଭିନ୍ନ ରାଜନୀତିକ ଦଳ, ବୁଦ୍ଧିଜୀବୀ ଓ ଗଣମାଧ୍ୟମଙ୍କ ପ୍ରତିନିଧିଙ୍କ ଛୁଟିଛି ଶୁଭେଚ୍ଛାର ସୁଅ । କଣ୍ଟାପଡା ସରପଞ୍ଚ ନିର୍ମଳ କୁମାର ସାହୁ, କଣ୍ଟାପଡା ସେବା ସମବାୟ ସମିତି ସଭାପତି ଦ୍ୱାରିକା ନାଥ ଦାଶ, ଅଶୋକ ସାମନ୍ତରାୟ, ସନାତନ ପୁଷ୍ଟି ପୁଷ୍ପମାଲ୍ୟ ଓ ଉତ୍ତରୀୟ ଦେଇ ତାଙ୍କୁ ସମ୍ବର୍ଦ୍ଧନା କରିଥିଲେ ।