ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ସନ୍ତୋଷ
ଆସିକା : ଆସିକା ବିଜ୍ଞାନ ମହାବିଦ୍ୟାଳୟର ରସାୟନ ବିଭାଗ ମୁଖ୍ୟ ଭାବେ ଡ. ସନ୍ତୋଷ କୁମାର ଚୌଧୁରୀ ସୋମବାର ନୂତନ ଅଧ୍ୟକ୍ଷ ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଚୌଧୁରୀ ନିଜ ଚାକିରି ଜୀବନ ଗଞ୍ଜାମ ଜିଲ୍ଳାର ଗଞ୍ଜାମ ମହାବିଦ୍ୟାଳୟରୁ ପ୍ରଥମେ ଆରମ୍ଭ କରିଥିଲେ । ଏନ୍.ବି.ସି. ମହାବିଦ୍ୟାଳୟ, କେନ୍ଦୁପଦର, ମହାମାୟୀ ମହିଳା ମହାବିଦ୍ୟାଳୟ, ବ୍ରହ୍ମପୁରରେ ସେ ଅଧ୍ୟାପନା କାର୍ଯ୍ୟ ତୁଲାଇଛନ୍ତି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଡିଗ୍ରୀ ହାସଲ ପରେ ୧୯୮୮ ଠାରୁ ଡ. ଚୌଧୁରୀଙ୍କ ନିରଙ୍କୁଶ ଅଧ୍ୟାପନା ଜୀବନ ଆରମ୍ଭ କରି ସ୍ୱଚ୍ଛତା, କାର୍ଯ୍ୟକୁଶଳତାରେ ଦକ୍ଷତା, ସମାୟାନୁବର୍ତ୍ତିତା, ନିୟମିତତା, ଛାତ୍ରବସôଳତା, ମିଷ୍ଟଭାଷୀ ରୂପେ ନିଜକୁ ପ୍ରତିଷ୍ଠିତ ହୋଇପାରିଛନ୍ତି । ସେ ମହାବିଦ୍ୟାଳୟର ଯେ କୌଣସି ବିକାଶୋନ୍ମୁଖୀ କାର୍ଯ୍ୟଧାରାରେ ନିଜକୁ ନିୟୋଜିତ କରିବା ପାଇଁ ସେ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଦକ୍ଷିଣ ଓଡ଼ିଶାର ସୁନାମଧନ୍ୟ ଏବଂ ପ୍ରତିଷ୍ଠିତ ଆସିକା ବିଜ୍ଞାନ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ରୂପେ ଦାଇତ୍ୱ ନେଇଥିବା ଯୋଗୁଁ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ବନ୍ଧୁବାନ୍ଧବ, ଅଭିଭାବକ ଏବଂ ଆସିକା ସହରବାସୀଙ୍କ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି ।