ମିଳିତ ଜନଶୁଣାଣି ଶିବିର 

 ବରୀ : ବରୀ ବ୍ଲକ ମନ୍ଦାରୀ ପଞ୍ଚାୟତରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡ଼ିଓ ଅସିତ କୁମାର ମହାନ୍ତି, ଅତିରିକ୍ତ ବିଡ଼ିଓ ମହେଶ୍ୱର ସେଠି, ସରପଞ୍ଚ ଧୀରେନ୍ଦ୍ର କୁମାର ଜେନା, ସମିତି ସଭ୍ୟ ଧୀରେନ୍ଦ୍ର  ଦାସ, ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ନିଲକ୍ରମ ସେଠି, ଯୋଗାଣ ଅଧିକାରିଣୀ ମହେଶ୍ୱତା ଦାସ, ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତ ଜେନା, ବିପିସି ମିଶନଶକ୍ତି ଗ୍ୟାନେନ୍ଦ୍ର ସ୍ୱାଇଁ, ପିଓ  ଶୁଭ୍ରକାନ୍ତ  ଭୂୟାଁ, ଏଡିଓ କମଳ କୁମାର ଦାସ ଜିତେନ୍ଦ୍ର ଧଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ଅଭିଯୋଗ ଶୁଣାଣି ଶିବିରରେ ମୋଟ ୧୪ଟି ବିଭିନ୍ନ ଅଭିଯୋଗ ନେଇ ଲୋକମାନେ ଆସିଥିଲେ  । ଖୁବଶ୍ରୀଘ୍ର ଲୋକଙ୍କ ସମାସ୍ୟା ସମାଧାନ ହେବ ବିଡ଼ିଓ କହିଥିଲେ ।