ମିଳିଲାନି ବେଡ୍ : ବାରଣ୍ଡାରେ ଶୋଇଲେ ଡାଇରିଆ ଆକ୍ରାନ୍ତ
ରାଜକନିକା : ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଝାଡ଼ାବାନ୍ତି ଆକ୍ରାନ୍ତ ରୋଗୀ ବେଡ୍ ନ ପାଇ ଶୋଇଲେ ମେଡିକାଲ ବାରଣ୍ଡାରେ । ସ୍ୱାସ୍ଥ୍ୟ କେନ୍ଦ୍ରରେ ଅପରିବେଶ ସାଙ୍ଗକୁ ଡାକ୍ତର ନର୍ସଙ୍କ ସହ ସାଧାରଣ ଲୋକେ ଜୋତା ଚପଲ ପିନ୍ଧି ରୋଗୀଙ୍କ ପାଖରେ ଚଳପ୍ରଚଳ କରିବା ସାଙ୍ଗକୁ ଦୁର୍ଗନ୍ଧ ପରିବେଶରେ ରୋଗୀ ଶୋଇଥିବା ବେଳେ ଡ଼ାଇରିଆ ରୋଗୀଙ୍କୁ ତୁରନ୍ତ ସେବା ଯୋଗେଇ ଦେବା ପାଇଁ ଅଧଘଣ୍ଟା ଲେଖାଏଁ ଅପେକ୍ଷା କରିବାକୁ ପଡୁଛି । ତେଣୁ ଏ ନେଇ କେନ୍ଦ୍ରାପଡ଼ା ମୁଖ୍ୟ ଚିକିସôାଳୟରୁ ଡ଼ାଇରିଆ ନିରାକାରଣ ସୁରକ୍ଷା ସପ୍ତାହରେ ଆସିଥିବା ଡାକ୍ତର ପ୍ରଦୀପ କୁମାର ଦାସଙ୍କୁ ପଚାରିବାରୁ ସେ କିଛିଟା ତ୍ରୁଟି ଅଛି ବୋଲି କହିଥିବାବେଳେ କିନ୍ତୁ ବାସ୍ତବରେ ରାଜକନିକାରେ କେତେ ଜଣ ଡାକ୍ତର ନିଯୁକ୍ତି ଅଛନ୍ତି ଓ ପ୍ରତେକ ଦିନ କେତେ ଜଣ ଡାକ୍ତର ଦାୟିତ୍ୱରେ ରହୁଛନ୍ତି ଏବଂ ପୂର୍ବରୁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଡ଼ାଇରିଆ ରୋଗୀଙ୍କୁ ନେଇ କ’ଣ ପଦକ୍ଷେପ ନିଆଯାଇଛି, ତାହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ପଚାରିବାରୁ କୌଣସି ପ୍ରତିକ୍ରିୟା ଦେଉନାହାନ୍ତି । ତେବେ ରାଜକନିକା ବ୍ଲକ ଅଧୀନରେ ୨୯ଟି ପଞ୍ଚାୟତ ଥିବାବେଳେ ପ୍ରାୟ ଏକ ଲକ୍ଷରୁ ଊଦ୍ଧ୍ୱର୍ ଲୋକ ସଂଖ୍ୟାକୁ ମାତ୍ର ୧୬ ବିଶିଷ୍ଟ ବେଡ, ତାହା ସମୁଦ୍ରକୁ ଶଙ୍ଖେ ମନେ ହେଉଥିବା ବେଳେ ପର୍ଯ୍ୟାପ୍ତ ପରିମାଣରେ ଡାକ୍ତର ନାହାନ୍ତି । ତେବେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବେଡ୍ ଯୋଗାଇବା ସହିତ ନୂତନ ଡାକ୍ତର ନିଯୁକ୍ତି ପାଇଁ ସାଧାରଣରେ ଦାବି ହେଉଛି ।
 
 Rasmita Behera
                                    Rasmita Behera                                 
    
 
    
 
 
 
