ସଂକୁଳସ୍ତରୀୟ ଜ୍ଞାନବିଜ୍ଞାନ ମେଳା 

ରାଜକନିକା : ରାଜକନିକା ବ୍ଲକ ବରାଡ଼ିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆନୁକୂଲ୍ୟରେ ସଂକୁଳସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ଜୁନିଅର ରେଡ଼କ୍ରସ ଅଧିକାରୀ ତଥା ରାଜକନିକା ବ୍ଲକ ବିଜ୍ଞାନ ସଂଯୋଜକ ନିରଞ୍ଜନ ବେହେରା, ମୁଖ୍ୟବକ୍ତା ଭାବେ ଆଳି ସଂକୁଳ ପ୍ରମୁଖ ପ୍ରଫୁଲ୍ଲ କୁମାର ସୁତାର, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ସମ୍ପାଦକ ତ୍ରିଲୋଚନ ଦାସ ପ୍ରମୁଖ ଯୋଗଦେଇ ଏହି ବିଜ୍ଞାନ ମେଳାକୁ ଉଦଘାଟନ କରିବା ସହିତ ଏହି ମେଳାର ଉପାଦେୟତା ସମ୍ପର୍କରେ ପିଲାମାନଙ୍କୁ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ଗୁରୁଜୀ ବିବେକାନନ୍ଦ ରାଉତରାୟ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଧାନଆଚାର୍ଯ୍ୟ ରମେଶ ଚନ୍ଦ୍ର ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଳି ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଅମର କୁମାର ବାରିକ କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିଲା ବେଳେ ରାଜକନିକା ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଉଦଯାପନୀ ଉସôବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରମୁଖ ତଥା କନିକା ପୂଜ୍ୟ ପୂଜା ପରିଷଦର ସମ୍ପାଦକ କପିଳ ଚରଣ ମିଶ୍ର ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।