ମିଳିଲା ନିଖୋଜ ଆଇନଜୀବୀଙ୍କ ମୃତ ଦେହ
ବାରିପଦା : କାର ଭିତରୁ ମିଳିଲା ନିଖୋଜ ଆଇନଜୀବୀଙ୍କ ଗଳିତ ମୃତ ଦେହ । ମୃତ ଯୁବକ ହେଲେ ବିଶୋଇ ଅଞ୍ଚଳର ୪୨ ବର୍ଷୀୟା ଆଇନଜୀବୀ ଗୁଲେଶ ଚନ୍ଦ୍ର ଗୋଚ୍ଛାୟତ । ମୃତ ଦେହକୁୁ ପରିବାର ଲୋକ ଚିହ୍ନଟ କରିଛନ୍ତି । ସେପ୍ଟେମ୍ବର ମାସରୁ ନିଖୋଜ ଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକ । ଅଜି ଝାରପୋଖରୀଆ ଥାନା ଅନ୍ତର୍ଗତ ସିଲଫୋଡି ଉପରବେଡା ପୋଖରୀରେ ଏକ କାର ପଡିଥିବାର ଦେଖିବାକୁ ପାଇଥିଲେ ଗାଁ ଲୋକ । ଘଟଣାସ୍ଥଳରେ ସାରସକଣା ଅଗ୍ନିଶମ ବାହିନୀ ପହଞ୍ଚି କାରଟିକୁ ପାଣି ଭିତରୁ ଉଦ୍ଧାର କରିବା ସହ କାର ଭିତରେ ଗଳିତ ମୃତଦେହ ଉଦ୍ଧାର କରିଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଏନେଇ ଝାରପୋଖରୀଆ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।