ମିଶନ ଆଶ୍ରାରୁ ଲାପତ୍ତା ଯୁବତୀ ତଲାସରେ ପୁଲିସ; ଅଟକଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛଡ଼ାଗଲା

 ସୁକିନ୍ଦା: ମିଶନ ଆଶ୍ରା ସୁକିନ୍ଦାରୁ ଲାପତା ମାନସିକ ବିକାରଗସ୍ତ ଯୁବତୀଙ୍କୁ ଖୋଜିବାରେ ଲାଗିଥିବା ବେଳେ ସୁକିନ୍ଦା ପୁଲିସ ଅପହରଣ ସନେ୍ଦହରେ ଅଟକ ରଖିଥିବା ୩ ଯୁବକଙ୍କୁ ବ୍ୟକ୍ତଗତ ମୁଚାଲିକାରେ ଛାଡ଼ିଥିବାର ଜଣାପଡ଼ିଛି । ମାନସିକ ବିକାରଗସ୍ତ ଯୁବତୀ ଗଲା ଶନିବାରରୁ ନିଖୋଜ ଥିବାରୁ ଅପହରଣ ଚର୍ଚ୍ଚା ଆଲୋଚନାକୁ ନେଇ ପୁଲିସ କୈାଣସି ନିର୍ଯ୍ୟାସରେ ପହଁଚିପାରିନି । ଏଣୁ ଯୁବତୀ ଉଦ୍ଧାର ପରେ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ପୁଲିସ ଧରି ନେଇ ବିଭିନ୍ନ ଥାନାର ସହଯୋଗ ଲୋଡ଼ିଛି । ଖବର ଥାଉକି ଶନିବାର ସୁକିନ୍ଦାରେ ଥିବା ମିଶନ ଆଶ୍ରାରୁ ଛତିଶଗଡ଼ ରାଜ୍ୟ ରାୟପୁର ଅଞ୍ଚଳର ନିର୍ମଳା ସିବାଙ୍ଗି ନାମକ ଯୁବତୀ ପାଚେରି ଡ଼େଇଁ ଚମ୍ପଟ ମାରିଥିଲା । ହେଲେ ଏନେଇ ଦିନକ ପରେ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ମହିଳାଙ୍କ ପରିବାର ସହ ଫୋନରେ ଯୋଗାଯୋଗ କରିଥିବା ଜଣାପଡିଛି । ମହିଳାଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ଓ ତାଙ୍କୁ ଉଦ୍ଧାର କରିବା ପାଇଁ ପୁଲିସର ଏକ ଟିମ୍ ରାୟପୁର ଅଞ୍ଚଳକୁ ବାହାରଛି । ନିଖୋଜ ଯୁବତୀଙ୍କୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ସେହି ରାତିରେ ସୁକିନ୍ଦା ଛକ ନିକଟରୁ ଅପହରଣ କରିଥିବା ସୂଚନା ପାଇ ପୁଲିସ ୩ଜଣ ଯୁବକଙ୍କୁ ଅଟକ ରଖିଥିଲା । ମିଶନ ଆଶ୍ରା କର୍ମଚାରୀ କିଛି କହିବାକୁ ରାଜି ହୋଇନଥିବା ବେଳେ ଯୁବତୀ ଚମ୍ପଟ ମାରିବା ଘଟଣ ରହୁଥିବା ଅନ୍ତେଃବାସୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେଠାରେ ରହୁଥିବା ଅନ୍ତେଃବାସୀଙ୍କୁ ଅନେକ ସମୟରେ ନିର୍ଯାତନା ଦିଆ ଯାଉଥିବା ଶୁଣାଯାଉଛି । ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦେ୍ଦଶ୍ୟରେ ସରକାରଙ୍କ ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନରୁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ଏକ ଘରୋଇ ଅନୁଷ୍ଠାନକୁ ଦାୟିତ୍ୱ ଦିଆ ଯାଇଥିଲେ ମଧ୍ୟ କୌଣସି ସରକାରୀ ଅଧିକାରୀ ଏହି କେନ୍ଦ୍ରକୁ ଦିନେବି ଯାଉନଥିବା ଶୁଣିବାକୁ  ମିଳେ ।