ମୁକ୍ତ ବିଚାର ମଞ୍ଚର ମାସିକ ଆଲୋଚନା ଚକ୍ର 

ନୂଆପଡା:  ମୁକ୍ତ ବିଚାର ମଞ୍ଚ, ଖଡ଼ିଆଳ ଆନୁକୂଲ୍ୟରେ ପ୍ରତି ମାସ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୁଏ । ଏହି ଆଲୋଚନାରେ ଦୁଇ ଜଣ ବକ୍ତା ବିଷୟ ସପକ୍ଷରେ ଏବଂ ଦୁଇ ଜଣ ବିପକ୍ଷରେ ମତ ରଖନ୍ତି । ଏହି କ୍ରମରେ ‘ସର୍ବୋଚ୍ଚ ନ୍ୟାୟାଳୟ ନିଜର ସୀମା ଉଲଂଘନ କରୁଛନ୍ତି' ଶୀର୍ଷକ ଉପରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ଭବନ ପରିସରରେ ଆଲୋଚନା ହୋଇଥିଲା । ଚାରିଜଣ ବିଶିଷ୍ଟ ବକ୍ତା ଏଥିରେ ଅଂଶଗ୍ରହଣ କରି ତାଙ୍କର ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ । ଅଧିବକ୍ତା ପ୍ରତାପ କିଶୋର ଜଗତ ଏବଂ ଅଧିବକ୍ତା ଶଙ୍କର୍ଷଣ ପଣ୍ଡା ବିଷୟ ସପକ୍ଷରେ ତଥା ସାମାଜିକ କର୍ମୀ କାର୍ତ୍ତିକ ବାଗ ଓ ଅଧିବକ୍ତା  କିଶୋର ବାଗ ବିଷୟ ବିପକ୍ଷରେ ଯୁକ୍ତି ବାଢିଥିଲେ । ଆଇନଜ୍ଞ  ବ୍ରଜେନ୍ଦ୍ର ପାଣିଗ୍ରାହୀ ପ୍ରାଥମିକ ମନ୍ତବ୍ୟ ପ୍ରଦାନକରିଥିଲେ । ପୂର୍ବତନ ଆୟକର ଅଯୁକ୍ତ ଶ୍ରୀକାନ୍ତ ଚାଟାର୍ଜୀ ସଭାପତିତ୍ୱ କରିଥିଲେ । ଆଲୋଚନା ବୈଠକରେ ସହରର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି ପ୍ରଶ୍ନ ଉତ୍ତରରେ ସକ୍ରିୟ ଯୋଗଦାନ କରିଥିଲେ । ସର୍ବଶ୍ରୀ ଠାକୁର ଦାଶ ମହାନନ୍ଦ, ବିନୟ ପତି, ଧୀରଜ ବଂଶଲ, କାର୍ତ୍ତିକ ବାଗ, ଛନ୍ଦା ଚରଣ ଦଣ୍ଡସେନା, ନନ୍ଦ କୁମାର ପ୍ରଧାନୀ, ଶଶୀକାନ୍ତ ଖମାରି, ନନ୍ଦକିଶୋର ବାରିକ, ତରୁଣ କୁମାର ପ୍ରଧାନ, ଭାନୁ ଚନ୍ଦ୍ର ସୁନାନୀ, ମହେନ୍ଦ୍ର ଜଗତ, ସବିତା ଚାଟାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ । ଆଦିତ୍ୟ ପଣ୍ଡା ଆଲୋଚନା ଚକ୍ରର ବିବରଣୀ ଲେଖନ କରିଥିଲେ । ଆକାଶ ସୁନାନୀ ଧନ୍ୟବାଦ ପ୍ରଦାନ କରିଥିଲେ ।