ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଗୌତମ

 ଯାଜପୁର ଟାଉନ:  ଯାଜପୁର ସହରକୁ ଅତ୍ୟାଧୁନିକ ସହରରେ ପରିଣତ କରିବା ପାଇଁ ଅନେକ ପ୍ରକଳ୍ପ ରାଜ୍ୟସରକାରଙ୍କ ପକ୍ଷରୁ ଅନୁମୋଦନ କରାଯାଇଛି । ଏଥିପାଇଁ ଭାଜପା ପୂର୍ବତନ ଜିଲା ସଭାପତି ଗୌତମ ରାୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଧନ୍ୟବାଦ ଦେବା ସହ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ନିବେଦନ କରିଛନ୍ତି । ସୋମବାରମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଯାଜପୁର ମା’ ବିରଜା ମନ୍ଦିର ପାଇଁ ୧ଶହ କୋଟି ଏବଂ ବିରଜା ହାଟ ପାଇଁ ୨୨କୋଟି ଟଙ୍କା ପ୍ରଶାସନିକ ଅନୁମୋଦନ ପାଇସାରିଥିବା ବେଳେ ଯାଜପୁର ସହରର ଅତ୍ୟାଧୁନିକ ବସ୍ଷ୍ଟାଣ୍ଡ ପାଇଁ ୯୦କୋଟି ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଯାଜପୁର ରୋଡ-ଧାମରା ରେଳ ପ୍ରକଳ୍ପ ପାଇଁ ରେଳ ମନ୍ତ୍ରୀଙ୍କୁ ଅନୁରୋଧ ପତ୍ର ଲେଖିଥିବା ବେଳେ ଏହି ପ୍ରକଳ୍ପ ପଇଁ ଅର୍ଥ ବ୍ୟୟବରାଦ କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ ନିବେଦନ ଜଣାଇଛନ୍ତି । ଯାହାପାଇଁ ମୁଖ୍ୟମନ୍ତୀଙ୍କୁ ଯାଜପୁର ବାସୀଙ୍କ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିବା ଗୌତମ ପ୍ରକାଶ କହିଛନ୍ତି । ଯାଜପୁର ସହରରେ ଅନେକ କାର୍ଯ୍ୟ ଏବେ ବାକି ରହଛି । ରାସ୍ତାଘାଟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଏଥିସହିତ ଯାଜପୁର ସହର ସିଦେ୍ଧଶ୍ୱର ଠାରେ ଦଶରଥପୁର ବ୍ଲକ୍ର ଘରକୁ ଘର ଜଳ ଯୋଗାଣ କରିବା ପାଇଁ ୧ ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କାର ମେଗା ଜଳ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ପ୍ରକଳ୍ପଟି କାର୍ଯ୍ୟକ୍ଷମ ହୋଇପାରିନଥିବାରୁ ସାଧାରଣ ଜନତା ବିଶୁଦ୍ଧ ଜଳ ପାଇବା ପାଇଁ ବଞ୍ଚିତ ହେଉଛନ୍ତି । ଏଥିପ୍ରତି ମୁଖ୍ୟମନ୍ତ୍ରୀ ତୁରନ୍ତ ନଜର ଦେଇ ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ ପୂର୍ବତନ ଜିଲ୍ଳା ବିଜେପି ସଭାପତି ଗୌତମ ଅନୁରୋଧ କରିଛନ୍ତି ।