ଛାତ୍ର ହତ୍ୟା ଘଟଣା : ଅନ୍ୟ ସମ୍ପୃକ୍ତଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଦାବି କଲା ନବଭାରତ ହିନ୍ଦୁ ସଂଗଠନ
ାା ପ୍ରଭାନୁ୍ୟଜ୍ ।ା ଧର୍ମଶାଳା : ଧର୍ମଶାଳା ଅଂଚଳରେ ଗତ ୫ ତାରିଖ ଘଟିଥିବା କଲେଜ ଛାତ୍ର ମୃତୁ୍ୟ ଘଟଣାର ଉପଯୁକ୍ତ ଦତନ୍ତ ଦାବି କରିଛି ନବଭାରତ ହିନ୍ଦୁ ସଂଗଠନ । ଏନେଇ ସଂଗଠନର ସଦସ୍ୟ ଶଙ୍ଖାରିଢ଼ିହ ଠାରେ ଏକତ୍ରିତ ହୋଇ ଘଟଣାର ପ୍ରତିବାଦ କରିଛନ୍ତି ।
ସୂଚନା ଯୋଗ୍ୟ ଗତ ୩ ତାରିଖରେ ଏହି ଥାନା ଅଭୟପୁର ଗ୍ରାମର ନରହରି ବେହେରାଙ୍କ ପୁଅ ରୁଦ୍ର ପ୍ରସାଦ ରାତିରେ ଘରୁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନପାଇବା ପରେ ପୁଅ ନିଖୋଜ ଥିବା ନେଇ ଥାନାରେ ତାର ବାପା ଅଭିଯୋଗ କରିଥିଲେ । ପୁଲିସ ଏହି ଘଟଣାର ଅନୁସନ୍ଧାନ ଚଳାଇଥିବା ବେଳେ ଗତ ୫ ତାରିଖ ସକାଳେ ଏହି ଥାନା ରଥିଆ ନିକଟସ୍ଥ ଶାଗଡିଆ ନାଳରେ ଏକ ମୃତଦେହ ଭାସୁଥିବା ପୁଲିସ ଖବର ପାଇ ନିଖୋଜ ଛାତ୍ରର ପିତାକୁ ଘଟଣାସ୍ତଳକୁ ଆସିବାକୁ ଖବର ଦେଇଥିଲେ । ନିଖୋଜ ଛାତ୍ରର ବାପା ସେଠାରେ ପହଁଚି ମୃତଦେହ ତାଙ୍କ ପୁଅ ବୋଲି ଚିହ୍ନଟ କରିଥିଲେ ଏବଂ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ଏନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ସାଇଁଟିିଫିକ ଟିମ ସହାୟତାରେ ତଦନ୍ତ କରିଥିଲା । ଏସପି ଭିନୀତ ଅଗ୍ରୱାଲ ଓ ଏସ୍ଡିପିଓ ଘଟଣା ସ୍ଥଳକୁ ଆସି ତଦନ୍ତ କରିଥିଲେ । ପ୍ରାଥମିକ ତଦନ୍ତରୁ ଏହା ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିଲା । ଘଟଣାରେ ପୁଲିସ ସେଠାରେ ରହିଥିବା ଏକ ସଂଖ୍ୟାଲଘୁ ସମ୍ପ୍ରଦାୟର ୪ଜଣଙ୍କୁ ଥାନାକୁ ଆଣି ପଚାର ଉଚରା କରିଥିଲା । ପରେ ଯାଜପୁର ଏସପି ଭିନୀତ ଅଗ୍ରୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣାର ପର୍ଦ୍ଦାଫାସ କରିବା ପୂର୍ବକ ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଏହି ହତ୍ୟା କାଣ୍ଡ ହୋଇଥିଲା ବୋଲି କହିଥିଲେ । ନିଖୋଜ ଛାତ୍ର ଜଣକ ରାତିରେ ତାର ପ୍ରେମିକା ଘର ନିକଟରେ ତା ସହିତ ଆପତ୍ତି ଜନକ ଅବସ୍ଥାରେ ପ୍ରେମିକାର ନାବାଳକ ସାନ ଭାଇ ଦେଖି ଏକ ଧାରୁଆ ଅସ୍ତ୍ରରେ ହାଣି ଦେଇଥିଲା । ଆକ୍ରମଣ ପରେ ଛାତ୍ର ଜଣକ ସେଠାରୁ ପଳାଉଥିବା ବେଳେ ନିକଟସ୍ଥ ନାଳ ପାଣିରେ ପଡି ମୃତୁ୍ୟ ହୋଇଥିବା ଏସପି ସ୍ପଷ୍ଟ କରିଥିଲେ ।
ଘଟଣାରେ ପ୍ରେମିକାର ନାବାଳକ ଭାଇ ସମେତ ତାର ମା’କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏହି ଘଟଣାରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ଦାବି କରି ନବଭାରତ ହିନ୍ଦୁ ସଂଗଠନ ପକ୍ଷରୁ ବହୁ ସଂଖ୍ୟକ ସଦସ୍ୟ ଶଙ୍ଖାରିଢ଼ୀହ ଠାରେ ଏକତ୍ରିତ ହୋଇ ଘଟଣାର ପ୍ରତିବାଦ କରିବା ସହ ସେମାନେ ଏକ ଶୋଭାଯାତ୍ରାରେ ବିଭିନ୍ନ ନାରା କରି ଜାରକା ବିଟ ହାଉସକୁ ଆସି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଏକ ଦାବିପତ୍ର ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ ।