ଜଗନ୍ନାଥ ସଂସ୍କୃତି ପ୍ରଚାରକଙ୍କ ଦେହାନ୍ତ

 ଆନନ୍ଦପୁର: ପ୍ରଚଣ୍ଡ ଆଧ୍ୟାତ୍ମିକ ଚେତନାବାଦୀ ତଥା ଜଗନ୍ନାଥ ସଂସ୍କୃତିର ପ୍ରଚାରକ ନରହରି କର (୮୯)ଙ୍କ ନିଜ ହାଟଡିହି ସ୍ଥିତ ବାସଭବନରେ ଆଜି ପ୍ରତୁ୍ୟଷ ରେ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ କର ଆଜୀବନ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହିତ ନିଜ ପୈତୃକ ବାସଭବନରେ ମନ୍ଦିର ନିର୍ମାଣ କରି ଜଗନ୍ନାଥଙ୍କ ମୂର୍ତି ସ୍ଥାପନ କରି ପୂଜାର୍ଚନା କରି ଆସୁଥିଲେ । ସେହିପରି ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଅଷ୍ଟପ୍ରହରୀ, ପ୍ରବଚନ, ପାଲା, ଦାସକାଠିଆ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରଚାର କରି ସ୍ଥାନୀୟ ଅଂଚଳରେ ବେଶ ଆଦୃତ ହୋଇଥିଲେ । ସ୍ୱର୍ଗତ କର ଗତ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ପୁଅ ସନାତନ, ଦୁର୍ଗାପ୍ରସାଦ, ରଶ୍ମିରଞ୍ଜନ, ବୋହୁ ବାବୁଲି, ମାମୀ, ସୁମୀ, ଝିଅ ଅର୍ଣ୍ଣପୂର୍ଣ୍ଣା, ମନୋଜ, ହେମ,ଜ୍ୱାଇଁ ପୂର୍ଣଚନ୍ଦ୍ର, ଅକ୍ଷୟ, ରତନା, ନାତି ଡ଼ଃ ତପନ, ପପୁନୁ, ପାପୁନି,ଗୁଡୁ,ପପୁ, ନାତୁଣୀ ଟିକିନୀ, ମାମା,ଗୁଡ୍ଡୀ,ରୁପା, ପ୍ରତିଭା ପ୍ରିୟଦର୍ଶିନୀ, ମୋନୁ, ପ୍ରାଚୀପ୍ରମୁଖ ଉପସ୍ଥିତ ଥିଲେ । ମୃତୁ୍ୟ ଖବର ପ୍ରଚାରିତ ହେବାପରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ସ୍ୱର୍ଗତ କରଙ୍କ ବାସଭବନରେ ପହଁଚି ଶେଷ ଦର୍ଶନ କରିଥିଲେ । ପୁରୀ ସ୍ୱର୍ଗ ଦ୍ୱାରରେ ସ୍ୱର୍ଗତ କରଙ୍କ ଶେଷକୃତ୍ୟ ସମ୍ପାଦନ କରାଯାଇଥିବା ବେଳେ ଜ୍ୟେଷ୍ଠ ପୁତ୍ର ସନାତନ ମୁଖାଗ୍ନୀ ଦେଇଥିଲେ ।