ମୁ୍ୟନିସିପାଲଟିରେ ଦୁର୍ନୀତି: ପ୍ରଦୀପ

 ନବରଙ୍ଗପୁର :  ନବରଙ୍ଗପୁର ମୁନିସିପାଲଟିରେ ଦୁର୍ନୀତିର ଅଭିଯୋଗ ଆଣିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ  ।  ଗ୍ରୀନ ଫିଲଡ଼ ମାଧ୍ୟମରେ  ଚାଲିଥିବା ନିର୍ମାଣଧିନ ଫେବର ବ୍ଲକ ରାସ୍ତା କାମରେ କୋଟି କୋଟି ଟଙ୍କାର କାମ ନିମ୍ନ ମାନର ହୋଇଥିବା ଅଭିଯୋଗ କରିଛନ୍ତି  । ଜନବସତି ନ ଥିବା ସ୍ଥାନକୁ ରାସ୍ତା ନିର୍ମାଣ ସହ ଚାଷ ଜମି ଭିତରେ ରାସ୍ତା ନିର୍ମାଣ କରି କୋଟି କୋଟି ଟଙ୍କା ଆତ୍ମଶାତ କରିଥିବା ଅଭିଯୋଗ ହୋଇଛି  । ମୁନିସିପାଲଟିର   ଡ଼ମ୍ପିଙ୍ଗୟାର୍ଡÿ ନିର୍ମାଣରେ   ଦୁର୍ନୀତି ହୋଇଥିବା ସେ କହିଛନ୍ତି  । ବିଭିନ୍ନ ସାହିରେ ଦୁଇ ଓଳି ଝାଡୁ କରାନଯାଇ ଅର୍ଥ ଆତ୍ମସାତ କରାଯିବା ସହ ସମସ୍ତ ଡ୍ରେନ ମାନଙ୍କରେ କେବେ ମଧ୍ୟ ଫିନାଇଲ, ମଶା ତେଲ  ପ୍ରୟୋଗ କରାନଯାଇ ମିଥ୍ୟା ବିଲ କରି ଟଙ୍କା ହଡପ କରାଯାଇଥିବା ଅଭିଯୋଗ କରିଛନ୍ତି  । ମୁନିସିପାଲଟି ଷ୍ଟଲ ବଣ୍ଟନରେ ଉପଯୁକ୍ତ ହିତାଧିକାରୀଙ୍କୁ ଦୋକାନ ଘର ନମିଳି ଗୋଟିଏ ପରିବାରର ଏକାଧିକ ସଦସ୍ୟଙ୍କୁ  ଷ୍ଟଲ ବଣ୍ଟନ କରଯାଇଥିବା ଅଭିଯୋଗ ଆଣିଛନ୍ତି ମାଝୀ  । ଏହାକୁ ନେଇ ନବରଙ୍ଗପୁର ଭିଜିଲାନ୍ସ ଦ୍ୱାରସ୍ଥ ହୋଇ ଦୁଇଟି ଭିନ୍ନ ଭିନ୍ନ ଏତଲା ଦେଇଛନ୍ତି । ଯଦି ଦୁର୍ନୀତି ଖୋରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତାହାହେଲେ କାର୍ଯ୍ୟାଳୟ ଘେରାଓ କରିବ ଜିଲ୍ଲା ବିଜେଡି କହିଛି  ।