ମୃତ ଦାଦନ ପରିବାରକୁ ସହାୟତା
କେନ୍ଦ୍ରାପଡା : କେନ୍ଦ୍ରାପଡା କ୍ରେଡିଟ୍ କୋ- ଅପରେଟିଭ ସୋସାଇଟ୍ର ମହାକାଳପଡା ଶାଖା ପକ୍ଷରୁ ସାହାବାଜପୁର ଗ୍ରାମର ମୃତ ଦାଦନ ଶ୍ରମିକ ଯଜାତି ସ୍ୱାଇଁଙ୍କ ପରିବାରକୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସ୍ୱର୍ଗତ ଯଜାତି ଗୁଜୁରାଟର ସୁରାଟଠାରେ ଲୁଗାକଳରେ କାମ କରୁଥିବା ବେଳେ ଲିଭର ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିସôାଧୀନ ଅବସ୍ଥାରେ ମୃତୁ୍ୟ ବରଣ କରିଥିଲେ । ଫଳରେ ତାଙ୍କ ଅସହାୟ ପରିବାର ଆର୍ଥିକ ସଙ୍କଟରେ ଗତି କରୁଥିବା ବେଳେ ତାଙ୍କର ଶୁଦ୍ଧିକ୍ରିୟା କରିବା ମଧ୍ୟ ଅସମ୍ଭବ ହୋଇ ପଡିଥିଲା । ଖବରପାଇ ସୋସାଇଟର ପ୍ରତିଷ୍ଠାତା ସଭାପତି ସମାଜସେବୀ ପ୍ରମୋଦ ସାହୁ ସମ୍ପୃକ୍ତ ପରିବାର ନିକଟରେ ପହଁଚି ଶୁଦ୍ଧିକ୍ରିୟା ପାଇଁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ ରକିଛନ୍ତି । ନିଦେ୍ର୍ଦଶକ ଦିଲିପ ରାଉତ, ପରିଚାଳକ ସାନ୍ତନୁ ସାହୁ, ଜମା ସଂଗ୍ରହକାରୀ ଆଲୋକ ସ୍ୱାଇଁ, ଅନ୍ନଦ ପ୍ରଧାନ, ଅଭୟ ସାମଲ, କନକପ୍ରଭା ନନ୍ଦ ପ୍ରମୁଖ ସହାୟତା ପ୍ରଦାନ ସମୟରେ ଉପସ୍ଥିତ ଥିଲେ । ଏହା ସହ ତାଙ୍କର ଦୁଇ ଶିଶୁ ପୁତ୍ର ସ୍କୁଲରେ ପଢୁ ଥିବାରୁ ତଙ୍କୁ ମଧ୍ୟ ଶିକ୍ଷା ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦିଆଯାଇଛି । ସୋସାଇଟର ଏହି ମହତ କାର୍ଯ୍ୟକୁ ସ୍ଥାୟୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି ।