ମୃତ ଶିଶୁର ମା’କୁ ଭେଟିଲେ ବିଧାୟକ

 କବାଟବନ୍ଧ : ଜେନାପୁର ଥାନା ସହାଣିଡ଼ିହ ପଞ୍ଚାୟତ ଚାରଗୋଠ ଗ୍ରାମର ମମତା ରାଉତଙ୍କ ୬ବର୍ଷ ଶିଶୁ ପୁତ୍ର ଶିବୁକୁ ଠେଲି ମାରିଦେବା ଘଟଣାରେ ପୁଲିସ ପାଞ୍ଚଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣା ଧର୍ମଶାଳା ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଥିବା ବେଳେ ଗତକାଲି ବିଧାୟକ ହିମାଂଶୁ ଶେଖର ସାହୁ ମୃତ ଶିଶୁର ମାଆକୁ ଭେଟି ସମବେଦନା ଜଣାଇଥିଲେ । ଏଭଳି ଏମାନବୀୟ କାଣ୍ଡ ଘଟଇଥିବା ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନକୁ ନିର୍ଦେଶ ଦେଇଥିବା କଥା ଜଣାଇଥିଲେ ।