ମେଗା ପାନୀୟ ଜଳ ପ୍ରକଳ୍ପ ସମୀକ୍ଷା କଲା କେନ୍ଦ୍ରୀୟ ଟିମ
ସିଂହପୁର : ମେଗା ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ ଦଳ । ଶୁକ୍ରବାର ବିଞ୍ଝାରପୁର ବିଡ଼ିଓ ହିତାଂଶୁ ଶେଖର ସାମଲଙ୍କ ସହ କେନ୍ଦ୍ରୀୟ ଦଳ କଏଣା ରଘୁନାଥପୁରରେ ପହଁଚିଥିଲେ । ମେଗା ଇଂଜିନିୟରିଂ ଓ ଇନଫ୍ରାଷ୍ଟ୍ରକ୍ଚର ଲିମଟେଡ ଦ୍ୱାରା କଏଣା ରଘୁନାଥପୁରଠାରେ ନିର୍ମାଣାଧିନ ପାଣିଟାଙ୍କିର କାର୍ଯ୍ୟକୁ ଦଳ ଅନୁଧ୍ୟାନ କରିଥିଲେ । ପରେ ସ୍ଥାନୀୟ ଲୋକମାନଙ୍କୁ ପାଣି ନେଇ କ'ଣ ସମସ୍ୟା ରହିଛି ପଚାରିବୁ ରିବୁଝିଥିଲେ । ଏଥିସହ କାର୍ଯ୍ୟର ଅଗ୍ରଗତି, ଆଉ କ'ଣ ଅଧିକ କରି ହେବ ସେ ନେଇ ଆଲୋଚନା କରିଥିଲେ । ଏହି ସମୟରେ ଆରଡବ୍ଲ୍ୟୁଏସ୍ଏସ୍ ଏସ୍ଏସି ରଶ୍ମୀରଂ ଜନ ମାରଥା, ଏଇ ବିକ୍ରମଦିତ୍ୟ ପ୍ରଧାନ, ଜେଇ ତୃପ୍ତାଞ୍ଜଳି ରଥ, ବିଷ୍ଟୁ ମୋହନ ଶଥପଥି, ପ୍ରମୁଖ ଉପସ୍ଥିତ ଥିଲେ ।