ମେଡିକାଲ କଲେଜ ନର୍ସିଂ କର୍ମଚାରୀ ସଂଘର ନିର୍ବାଚନ
ଯାଜପୁର ଟାଉନ : ବୁଧବାର ଯାଜପୁର ମହାରାଜା ଯଯାତି କେଶରୀ ମେଡିକାଲ କଲେଜର ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ୨୦୨୫-୨୭ବର୍ଷର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ଭାବେ ପ୍ରଜ୍ଞାପ୍ରଭା ଓତା ଏବଂ ମାମାରାଣୀ ଧଳ ରହିଥିବା ବେଳେ ମତଦାତା ଅଧିକାରୀ ଭାବେ ପୁଜାଲିନ ରାଉତରାୟ ଓ ପି୍ରଜାଇଡିଂ ଅଧିକାରୀ ଭାବେ ସୁଦେଷ୍ଣା ପାଣିଗ୍ରାହୀ ରହିଥିଲେ । ସମସ୍ତ ନର୍ସିଂ କର୍ମଚାରୀ ଭୋଟ୍ ଦାନ କରିଥିଲେ । ଏଥିରେ ରଞ୍ଜନ କୁମାର ବଳବନ୍ତରାୟ ଶାଖା ସଭାପତି ଭାବରେ ଚୟନ କରାଯାଇଥିବା ବେଳେ ଶାଖା ଉପସଭାପତି ଭାବେ ଲିଙ୍କି ସୋମଲିକା ସାହୁ , ଶାଖା ସଂପାଦକ ଭାବେ ବିଶ୍ୱ ରଞ୍ଜନ ଓଝା, ସହ ସଂପାଦକ ଭାବେ ଆକାଶ କୁମାର ମଲ୍ଲିକ, ସାଂସ୍କୃତିକ ସଂପାଦକ ତଥା ସହ ଶାଖା ପରିଚାଳକ ରନେନ୍ଦ୍ର ଜେନା, ଶାଖା ନିରୀକ୍ଷକ ଭାବେ ସୌମ୍ୟରଞ୍ଜନ ବେହେରା, ଅର୍ଥନୈତିକ ସଂପାଦକ ଭାବେ ତେଜସ୍ୱିନୀ ରାଉତ, ସହ ଶାଖା ସଂପାଦକ ତଥା ସଂଯୋଜକ ପଲ୍ଲବି ଜେନା ଏବଂ ଶାଖା କୋଷାଧ୍ୟକ୍ଷ ଭାବେ ସୌରଭ ମହାନ୍ତିଙ୍କୁ ଚୟନ କରାଯାଇଛି । ନିର୍ବାଚିତ କର୍ମଚାରୀମାନଙ୍କ ନିଦେ୍ର୍ଦଶ କ୍ରମେ ମେଡିକାଲର ସମସ୍ତ ନର୍ସିଂ କର୍ମଚାରୀମାନେ କାର୍ଯ୍ୟ କରିବାକୁ ସ୍ଥିର କରାଯାଇଛି । ବିଭିନ୍ନ ଛୁଟି ସମୟରେ କର୍ମଚାରୀ ମାନଙ୍କ ଦ୍ୱାରା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯିବ ଏଥିରେ ସମସ୍ତେ ସହଯୋଗ କରିବେ ବୋଲି ସଂଘରେ ଆଲୋଚନା କରାଯାଇଥିଲା ।