ଯନ୍ତ୍ରୀଙ୍କ ବିୟୋଗରେ ଶୋକସଭା
ାା ପ୍ରଭାନୁ୍ୟଜ୍ାା ବେତନଟୀ: ବେତନଟୀ ମାଟିର ପ୍ରଥମ ଯନ୍ତ୍ରୀ ତଥା ଇଞ୍ଜିନିଅର ଭାବେ ଆମେରିକାର ଅଷ୍ଟିନ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଡିଗ୍ରୀ ପ୍ରାପ୍ତ ସ୍ୱର୍ଗତ ଉମାକାନ୍ତ ବେହେରାଙ୍କର ଗତ ଅକ୍ଟୋବର ୨୬ ତାରିଖରେ କଟକରେ ବାର୍ଦ୍ଧକ୍ୟ ଜନିତ କାରଣରୁ ଦେହାନ୍ତ ହୋଇଯାଇଛି । ଏଥି ନିମନ୍ତେ ବେତନଟୀ ରେଳ ଷ୍ଟେସନ ପରିସରରେ ସିଭିଲ ସୋସାଇଟି ଓ ଅବସରପ୍ରାପ୍ତ କର୍ମଚାରୀ ସଂଘ ଦ୍ୱାରା ମିଳିତଭାବେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ସଭାପତିତ୍ୱ କରି ହରିଶଚନ୍ଦ୍ର ନନ୍ଦ ଗୋସ୍ୱାମୀ ତାଙ୍କର ବେତନଟୀ ଏମ୍.ପି.ସି ଉଚ୍ଚ ÿବିଦ୍ୟାଳୟରୁ ଶିକ୍ଷାଲାଭ ପରେ ବାରିପଦା ଏସ୍.ପି.ସି ବିଦ୍ୟାଳୟରେ ଶିକ୍ଷାଲାଭ କରି ବନାରସ ବିଶ୍ୱବିଦ୍ୟାଳୟରୁ ବି.ଟେକ ଓ କୋଲକତାର ଶିବପୁର ଇଞ୍ଜିନିଅରିଂ କଲେଜରୁ ସ୍ୱର୍ଣ୍ଣପଦକ ହାସଲ ସମ୍ବନ୍ଧରେ ଉପସ୍ଥିତ ସଦସ୍ୟ/ ସଦସ୍ୟାଗଣଙ୍କୁ ଅବଗତ କରାଇଥିଲେ । ତାଙ୍କ ଜ୍ୟେଷ୍ଠଭ୍ରାତା ୰କମଳା କାନ୍ତ ଓ କନିଷ୍ଠ ଭ୍ରାତା ରତିକାନ୍ତ ବେତନଟୀର ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ବେଶ ଜଣାଶୁଣା । ସ୍ୱର୍ଗତ ଉମାକାନ୍ତଙ୍କ ପୁତୁରା ତଥା ବିଭିନ୍ନ ଅନୁଷ୍ଠାନ ସହ ଜଡିତ ପ୍ରକାଶ ବେହେରା ସ୍ୱର୍ଗତ କକା ସିଭିଲ ଇଞ୍ଜିନିଅର ଭାବେ ରାଉରକେଲା ଇସ୍ପାତ କାରଖାନାରେ ଜେନେରାଲ ମ୍ୟାନେଜର ରୂପେ କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତାଙ୍କ ସୁଗୁଣାବଳୀ ସମ୍ବନ୍ଧରେ ଉଭୟ ସଂସ୍ଥାର ସଂପାଦକ ସଚିଦାନନ୍ଦ ମହାନ୍ତି,ରବୀନ୍ଦ୍ର ନାଥ ମିଶ୍ର, ଅରୁଣ କୁମାର ଓ ତା,ଯତୀନ୍ଦ୍ର ନାଥ ସାହୁ,ବାସୁଦେବ ନାପିତ, ରାମ ଚନ୍ଦ୍ର ପଣ୍ଡା ପ୍ରମୁଖ ଶୋକ ପ୍ରକାଶ କରି ବକ୍ତବ୍ୟ ରଖିଥିଲେ ।ଏତଦବ୍ୟତୀତ ସଭାରେ ହରେନ୍ଦ୍ରନାଥ ବାରିକ, ଶ୍ରୀକୃଷ୍ଣ ମହାନ୍ତ,ସହଦେବ ଗିରି,କ୍ରିଷ୍ଣ ପ୍ରସାଦ ଶାହା, ରାଧାକ୍ରିଷ୍ଣ ପାତ୍ର, ଜଗନ୍ନାଥ ରାଜ,ବାସନ୍ତୀ ସାହୁ ଆଦି ଉପସ୍ଥିତ ଥିଲେ ।