ବଢୁଛି ଲଘୁ ଖଣିଜ ଦ୍ରବ୍ୟର ଚୋରାଚାଲାଣ
ବେତନଟୀ : ମୟୂରଭଞ୍ଜ ଜିଲ୍ଲାର ସଦର ସବ୍ଡିଭିଜନ ବାରିପଦା ଓ କପ୍ତିପଦା ସବ୍ଡିଭିଜନ ଅଧିନରେ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି । ମାଫିଆମାନେ ବାଲି, ମାଟି ଓ ମୋରମ ପଥରର ଭଳି ଲଘୁ ଖଣିଜ ଦ୍ରବ୍ୟ ଉତ୍ତୋଳନ ଓ ପରିବହନ ଏବଂ ଚୋରାଚାଲାଣ କରି ମାଲାମାଲ ହେଉଛନ୍ତି । ଏହି ରାକେଟର ଚେର୍ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ମଧ୍ୟ ଲମ୍ବି ଥିବା ଜଣାପଡିଛି । ଏହି କାରବାରରେ ରାଜନେତାମାନେ ସଂପୃକ୍ତ ରହି ଆସି ତହସିଲଦାର, ଉପଜିଲ୍ଲାପାଳ ଓ ଏଡିଏମମାନଙ୍କ ଠାରୁ ଅନୁଚିତ ଅନୁକମ୍ପା ହାସଲ କରିବାରେ ସକ୍ଷମ ହେଉଛନ୍ତି । ଫଳରେ ଲଘୁ ଖଣିଜ ଦ୍ରବ୍ୟ ବୁଢାବଳଙ୍ଗ ନଦୀ ବଡ଼ସାହି ଓ ବେତନଟୀ ତହସିଲ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ହେତୁ କୋଟି କୋଟି ଟଙ୍କାର ରାଜସ୍ୱ ହଡପ କରି ପଡୋଶୀ ବାଲେଶ୍ୱର, ଭଦ୍ରକ ଏବଂ ପଶ୍ଚିମବଙ୍ଗକୁ ଚୋରାଚାଲାଣ କରି ଏନଜିଟିରେ ମାମଲା ରୁଜୁ ହେବା ପୂର୍ବରୁ ଦୁଇ ତହସିଲର ତହସିଲଦାର ରାତାରାତି ଫେରାର ହେବା ଘଟଣା ସାରା ଜିଲ୍ଲାରେ ହଇଚଇ ସୃଷ୍ଟି କରିଥିଲା । ନ୍ୟାସନାଲ ଗ୍ରୀନ ଟ୍ରିବୁନାଲ ପକ୍ଷରୁ ବାଲି ସୈରାତ ଗୁଡ଼ିକ ଆକଳନ କରାଯାଇ ତିରିଶ କୋଟିରୁ ଊର୍ଦ୍ଧ୍ୱ ବାଲି ଉତ୍ତୋଳନକାରୀ ମାଫିଆ ତଥା ବେତନଟୀ ଓ ବଡ଼ ସାହି ତହସିଲଦାରଙ୍କ ଉପରେ ଧାର୍ଯ୍ୟ କରାଯାଇଥିଲେ ବି ଏହା କୋର୍ଟ ଆଦେଶ ସତ୍ତ୍ୱେ ଅନାଦେୟ ହୋଇ ରହିଛି । ଏନ୍ଜିଟି କଟକଣା ଓ ସ୍ଥଗିତାଦେଶ ବଳବତ୍ତର ଥିବା ହେତୁ ବେତନଟୀ ତହସିଲ ଅଧିନରେ ଥିବା ବାଲି ସୈରାତ ଗୁଡ଼ିକ ନିଲାମ ହୋଇ ନ ପାରିବା ଏବଂ ବଡ଼ସାହି ତହସିଲ ଅଧିନରେ ଥିବା ବାଲି ଖାଦାନ ଲିଜ୍ଧାରୀମାନେ ନିଲାମ ନେଇ ଆବଶ୍ୟକ ଏଗ୍ରିମେଣ୍ଟ ଓ ଧାର୍ଯ୍ୟ ରାଜସ୍ୱ ଦାଖଲ ନ କରିବା ହେତୁ ବାଲିର ଅବାଧ ଚୋରା କାରବାର ଓ ହରିଲୁଟ୍ ଏବେ ବି ବଳବତ୍ତର ରହିଛି । ରାଜ୍ୟ ସରକାରଙ୍କ ନିଦେ୍ର୍ଦଶକ୍ରମେ ଲଘୁ ଖଣିଜ ପରିଚାଳନା ଦାୟିତ୍ୱ ତହସିଲରୁ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଥିଲେ ସୁଦ୍ଧା ଖଣି ବିଭାଗର କର୍ମଚାରୀ ଅଭାବ ଦର୍ଶାଇ ନିୟନ୍ତ୍ରଣ କରା ନଯିବା କାରଣରୁ ମାଫିଆ ପାଇଁ ପୁଷ ମାସ ଭଳି ହୋଇଛି । ଏଣେ ବାଲି ମାଟି ମୋରମ ଏବଂ ଶିମିଳିପାଳ ଅଭୟାରଣ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରୁ କଳା ମୁଗୁନି ପଥରର ମାଫିଆମାନଙ୍କ ଦ୍ୱାରା ଚୋରା ଚାଲାଣ ବଳବତ୍ତର ଥିବା ଏବଂ ଏହି ଖବର ଗଣମାଧ୍ୟମମାନଙ୍କରେ ପ୍ରକାଶିତ ହେବା ସତ୍ତ୍ୱେ ରାଜସ୍ୱ ଖଣି ବିଭାଗର ଅମଲା ଓ ଅଧିକାରୀମାନେ ଏହା ଜାଣି ନ ଜାଣିବା ପରି ନିରବ ରହି ଆସୁଥିବା ଯୋଗୁଁ ଏହି ଚୋରା କାରବାରରେ ପ୍ରଚ୍ଛଦ ପଟରେ କେଉଁମାନେ ଅଛନ୍ତି, ପ୍ରଶାସନ ସେମାନଙ୍କ ନିକଟରେ ନ ପହଞ୍ଚôବାର କାରଣ ସାଧାରଣରେ ସନେ୍ଦହ ସୃଷ୍ଟି କରିଛି । ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାର ଗତ ୨୦୧୮-୧୯ ରୁ ୨୦୨୪-୨୫ ପର୍ଯ୍ୟନ୍ତ ଚାଲି ଆସିବା ସହିତ ବିଶେଷ କରି ବେତନଟୀ ଓ ବଡ଼ସାହି ତହସିଲର ରାଜସ୍ୱ ଆୟ ହ୍ରାସ ପାଇ ଚାଲିଛି । ସରକାର ବଦଳିବା ପରେ ଏହି ଦୁଇ ସବ୍ ଡିଭିଜନବାସୀ ଏହି ଚୋରା କାରବାର ବନ୍ଦ ହୋଇ ଯିବା ନେଇ ବିଶ୍ୱାସ ରଖିଥିଲେ ତାହା ଏବେ ଆଶଙ୍କା ଓ ସନେ୍ଦହ ବଢାଇ ଦେଇଛି । ଏବେ ବେତନଟୀ ଓ ବଡ଼ସାହି ଦୁଇ ତହସିଲ ଅଧିନରେ ବାଲିର କୃତ୍ରିମ ଅଭାବ ସୃଷ୍ଟି ହେବା ସହିତ ଅତ୍ୟଧିକ ମୂଲ୍ୟ ବୃଦ୍ଧି ଯୋଗୁଁ ସମସ୍ତ ପ୍ରକାରର ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।