ଯାଞ୍ଚ ହେଉନି ଖାଦ୍ୟର ମାନ : ବ୍ୟାପୁଛି ଝାଡା ବାନ୍ତି; ବାଜିରେ ଲାଗୁଛି ଜୀବନ, ବେଫିକର ପ୍ରଶାସନ
କାକଟପୁର : ରାଜ୍ୟର ୭ଟି ଜିଲ୍ଲାରେ କାୟା ବିସ୍ତାର କରୁଚି ଡ଼ାଇରିଆ ତା ଭିତରେ ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ସାମିଲ ଅଛି ଯେଉଁଠି ଦୂଷିତ ପାଣି, ଅପରିଷ୍କାର ବାସିଖାଦ୍ୟ, ଆଶ୍ୱାସ୍ଥ୍ୟକର ପରିବେଶ, ରାସ୍ତା କଡ଼ ରେ ଚାଲୁଚି ମାଳମାଳ ହୋଟେଲ ଓ ଫାଷ୍ଟଫୁଡ୍ । ଦୋକାନ କିନ୍ତୁ ଖାଦ୍ୟ, ସ୍ୱାସ୍ଥ୍ୟ ବିଭାଗ ଆଖିମୁଜି ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ର ସୂଚନା ଅନୁସାରେ ଉତ୍ତମ ଖାଦ୍ୟ ପାନୀୟ ନିରୋଗ ରହିବାର ଚାବିକାଠି । ଉତ୍ତମ କହିଲେ କେବଳ ଗୁଣାତ୍ମକ ଦୃଷ୍ଟିରୁ ନୁହେଁ ବରଂ ଖାଦ୍ୟ ଉତ୍ତମ ପରିବେଶରେ ପରିଷ୍କାର ଭାବେ ରନ୍ଧା ହୋଇଥିବା ଆବଶ୍ୟକ । କିନ୍ତୁ ମାଳ ମାଳ ଖାଦ୍ୟ ସେଣ୍ଟର କୁ ଦେଖିଲେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ସଚେତନ ନଥିବା ପରି ମନେ ହେଉଛି । କାରଣ ଅସ୍ତରଙ୍ଗ ବଜାର ରେ ନିମ୍ନ ମାନର ତେଲ, କଲର ସହିତ ଅସ୍ୱାସ୍ଥ୍ୟକର ପରିବେଶରେ ଲୋକଙ୍କୁ ଖାଦ୍ୟ ରନ୍ଧାଯାଇ ବିକି କରାଯାଉଥିବା ବେଳେ, ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ସଚେତନ ହେଉନାହିଁ । କିମ୍ବା ଉକ୍ତ ସେଣ୍ଟର ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଦେଖିବାକୁ ମିଳିଛି ।
ଯେଉଁ କାରଣରୁ ବଜାର ର ବିଭିନ୍ନ ସ୍ଥାନରେ ହୋଟେଲ ଓ ଫାଷ୍ଟଫୁଡ ସେଣ୍ଟରମାନ ଖୋଲି ଏହାକୁ ଏକ ଲାଭଜନକ ବ୍ୟବସାୟ ରୂପେ ଚଳାଉଛନ୍ତି । ଏହି ସେଣ୍ଟରରେ ବେଳେ ବେଳେ ବଳକା ବାସି ଖାଦ୍ୟ ପଦାର୍ଥ ମଧ୍ୟ ଦେଉଥିବା ଅଭିଯୋଗ ହେଉଛି । ସହରରେ ଅଧୁକାଂଶ ହୋଟଲର ପରିବେଶ ଅପରିଷ୍କାର ରହୁଥିବା ବେଳେ
ପିଇବାକୁ ଅତ୍ୟନ୍ତ ଦୂଷିତ ଜଳ ଦେଉଥିବା ମଧ୍ୟ ଅଭିଯୋଗ ହେଉଛି । ପୂର୍ବ ଦିନରେ କିଛି ହୋଟେଲ ଓ ଜଳଖୁଆ ଦୋକାନରେ ଲୋକ ଦେଖାଣିଆ ଚଢ଼ଉ କରି ବିଭାଗ ଚୁପ ହୋଇ ବସିଛି । ଫଳରେ ଅସ୍ଥାୟୀ ହୋଟେଲ ଓ ଉଠାଦୋକାନୀଙ୍କୁ ଏହା ବେଶ୍ ସୁହାଇଛି । ଖରାପ ଓ ଅପମିଶ୍ରିତ ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀ ଧରାପଡିଲେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ୪ ବର୍ଷ ଜେଲ ଦଣ୍ଡାଦେଶ ପାଇଁ ଆଇନର ବ୍ୟବସ୍ଥା ରହିଛି । ମାତ୍ର ଏହି ଅଞ୍ଚଳ ଲାଗି ଏହି ଆଇନ କେବଳ କାଗଜପତ୍ରରେ ସୀମିତ ରହିଛି । ଅନେକ ବ୍ୟବସାୟୀ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରୁଥିବାବେଳେ ନଷ୍ଟ ହୋଇଯାଇଥିବା ପନିପରିବା ବ୍ୟବହାର କରିବାକୁ ମଧ୍ୟ ପଛାଉ ନ ଥିବା ଜଣାଯାଇଛି । କେବଳ ହୋଟେଇ କି ଜଳଖୁଆ ଦୋକାନୀ ନୁହେଁ, ବରଂ ଠେଲାଗାଡିରେ ବିକ୍ରି କରୁଥିବା ଖାଦ୍ୟ ପଦାର୍ଥର ମଧ୍ୟ ଅସ୍ୱାସ୍ଥ୍ୟକର ପରିବେଶରେ ତିଆରି ଓ ବିକ୍ରି ହେଉଛି । ଏହା ଡିସେଣ୍ଟ୍ରି, ବିଭିନ୍ନ ଜଳବାହିତ ରୋଗ, ନାଳଝାଡା, ଜଣ୍ଡିସ ପ୍ରଭୃତି ରୋଗ ବ୍ୟାପୀଥାଏ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ତେଣୁ ଜନସାଧାରଣ ଙ୍କୁ ଏହି ସବୁ ରୋଗ ଠାରୁ ଦୁରେଇ ରଖିବା ପାଇଁ ପ୍ରଶାସନ ତତ୍ପରତା ପ୍ରକାଶ କରିବା ସହିତ ଖାଦ୍ୟର ମାନ ଯାଞ୍ଚ କରିବା ଗ୍ରାହକଙ୍କୁ ଉତ୍ତମ ଖାଦ୍ୟ ପରିବେଷଣ କୁ ଖାଦ୍ୟ ସେଣ୍ଟର ଗୁଡିକୁ ନିଦେ୍ଦଶ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତ