ଯାଦବ ମହାସଭା ପକ୍ଷରୁ "ସ୍ନେହ ମିଳନ’ କାର୍ଯ୍ୟକ୍ରମ 

 ରାଜକନିକା:  ପ୍ରଜପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ,ଆଳି ସେବାକେନ୍ଦ୍ର ଆନୁକୁଲ୍ୟରେ ପବିତ୍ର ରକ୍ଷା ବନ୍ଧନ ପର୍ବ ବଡ ଆଧ୍ୟାତ୍ମିକ ରୀତି ଅନୁସାରେ ପ୍ରଦ୍ୱିପ ପ୍ରଜ୍ଜ୍ୱଳନ ସହିତ ଉଦ୍ଘାଟନ କରାଯାଇଥିଲା । ଓଳାଭର ସ୍ଥିତ ରାଜକନିକା ବ୍ଲକ ଯାଦବ ମହାସଭା (ଯାଦବ ଭବନ)ରେ ରକ୍ଷା ବନ୍ଧନ ଉପଲକ୍ଷେ "ସ୍ନେହ ମିଳନ’ କାର୍ଯ୍ୟକ୍ରମ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମାଜସେବୀ ଓ ସଂଗଠକ ତଥା ଉକ୍ରଳ ଯାଦବ ମହାସଭାର ରାଜ୍ୟ ଉପସଭାପତି ମନୋଜ ପରିଡା ଯୋଗଦାନ କରିଥିଲେ । ଅବସରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପଞ୍ଚାନନ ଦାସ ଓ ବରିଷ୍ଠ ଶିକ୍ଷାବିତ୍ ରମାକାନ୍ତ ସାହୁ ସମ୍ମାନିତଅତିଥି ଭାବେ ଯୋଗଦାନ କରିଥିଲେ । ବ୍ରହ୍ମା କୁମାରୀ ସଂସ୍ଥା ଆଳିର ସଂଚାଳିକା " ବ୍ର. କୁ ସଂଯୁକ୍ତା ରକ୍ଷା ବନ୍ଧନ ସ୍ନେହ, ସୁରକ୍ଷା ଓ ବିଶ୍ୱାସର ପ୍ରତୀକ" ବିଷୟ ଉପରେ ଆଲୋକପାତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଓଳାଭରର ବିଭିନ୍ନ ସ୍ଥାନରୁ ୧୦୦ ରୁ ଅଧିକ ଭାଇ ଭଉଣୀ ଅଂଶ ଗ୍ରହଣ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଆଳି ସେବାକେନ୍ଦ୍ରର ସହ ସଂଚାଳିକା ବ୍ର.କୁ ସ୍ୱର୍ଣ୍ଣ । ସହଯୋଗ କରିଥିଲେ ବ୍ର.କୁ ଅଚଶ୍ମିତା, ବ୍ର. କୁ ସୁଭସ୍ମିତା, ବ୍ର.କୁ ପ୍ରଗତିକା, ବ୍ର.କୁ ନିରୁପମା ଏବଂ ବ୍ର.କୁ ରାଧା ମୋହନ ।