ଯୁବକକୁ ଛୁରାମାଡ଼

 ନୂଆପଡା : ନୂଆପଡା ଜିଲ୍ଲା ବାଦୀ ଗ୍ରାମରେ ବରଫ ବିକ୍ରି କରୁଥିବା ବେକେ ଯୁବକ ସୌନ୍ଦର୍ଯ୍ୟ ବେହେରା ଗ୍ରାମ ଚନାବେଡା, ଥାନା ଖଡ଼ିଆଳଙ୍କୁ ଡାହାଣ ଜଙ୍ଘରେ ଛୁରାମାଡ ହୋଇଛି । ପୁଳିସ ସୂତ୍ରରୁ ପ୍ରକାଶ ଯେ ମଙ୍ଗଳବାର ସନ୍ଧ୍ୟା ତିନି ଘଣ୍ଟା ସମୟରେ ଶ୍ରୀ ବେହେରା ବାଦୀ ଗ୍ରାମରେ ବରଫବିକ୍ରି କରୁଥିବା ବେଳେ ବାଦୀ ଗ୍ରାମର ରାଜୁ ସତନାମୀ ସହିତ ସାମାନ୍ୟ ବଚଷାକୁ ନେଇ ରାଜୁ ବେହେରାଙ୍କୁ ଛୁରୀ ମାଡ କରିଥିଲେ । ଗୁରୁତର ଅବସ୍ଥାରେ ଖଡ଼ିଆଳ ଉପଖଣ୍ଡ ଚିକିସôାଲୟରେ ଚିକିସôିତ ହେଉଛନ୍ତି । ଏନେଇ ଆହତ ବେହେରା ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।  ଅଭିଯୋଗକୁ ଭିତ୍ତିକରି ୧୩୫/୨୫ ପୁଲିସ ଘଟଣାର ତଦନ୍ତ କରୁଥିବା ତଦନ୍ତ ଅଧିକାରୀ ଏସ ଆଇ ହରେକୃଷ୍ଣ ଜନୀ ପ୍ରକାଶ କରିଛନ୍ତି । ଆସାମୀ ଫେରାର ଥିବା ଜଣାପଡ଼ିଛି ।