ଯୁବତୀଙ୍କ ଅଶ୍ଳିଳ ଫଟୋ ଉଠାଇ ବ୍ଲାକମେଲିଂ; ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୧୮ା୧୧ : ଏକ ହୋଟେଲରେ କାର୍ଯ୍ୟ କରୁଥିବା ବେଳେ ଅଭିଯୋଗକାରିଣୀ ଓ ଅଭିଯୁକ୍ତଙ୍କ ମଧ୍ୟରେ ବନ୍ଧୁତା ତା ପରେ ବିବାହର ପ୍ରତିଶୃତି । ଏହା ପରେ ଏକ ହୋଟେଲକୁ ଡାକି ଯୁବତୀଙ୍କ ଅନିଚ୍ଛା ସତ୍ୱେ ଯୋରଜବରଜସ୍ତି ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ । ଏହି ସମୟରେ ଯୁବତୀଙ୍କ ଅଜାଣତରେ ତାଙ୍କର କିଛି ଆପତ୍ତି ଜନକ ଫଟୋ ଉଠାଇ ଯୁବତୀଙ୍କୁ ଭାଇରାଲ ଧମକ ଦେଇ ବାରମ୍ବାର ସମ୍ପର୍କ ସହ ୭୦ ହଜାର ଟଙ୍କା ଚଳୁ । ପରେ ଜାତି ଭେଦକୁ ବାରଣ କରି ବିବାହ ପାଇଁ ମଧ୍ୟ ମନା କରିଥିଲା ଅଭିଯୁକ୍ତ । ଫଳରେ ଏନେଇ ଯୁବତୀ ଜଣଙ୍କ ମୈତ୍ରୀବିହାର ଥାନାକୁ ଯାଇ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତର ମୋବାଇଲକୁ ଜବତ କରି ଅଭିଯୋଗକାରିଣୀଙ୍କ ମୋବାଇଲରେ ସେଭ ଥିବା ଅଶ୍ଳିଳ ଫୋଟ ଗୁଡ଼ିକୁ ଡିଲେଟ୍ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ଜଗତସିଂହପୁର ଜିଲ୍ଲାର ସୋମନାଥ ମଲ୍ଲିକ୍ ।
ସୂଚନା ଯୋଗ୍ୟଯେ, ଗତ ୨୦୨୩ ମସିହାରେ ଅଭିଯୋଗକାରିଣୀ ଓ ନିମ୍ନୋକ୍ତ ଅଭିଯୁକ୍ତ ଭୁବନେଶ୍ୱର ମୈତ୍ରୀବିହାର ଥାନା ଅନ୍ତର୍ଗତ ଏକ ହୋଟେଲରେ ଏକତ୍ର କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ସାକ୍ଷାତ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢ଼ିବାରୁ ଅଭିଯୁକ୍ତ ସୋମନାଥ ଅଭିଯୋଗକାରିଣୀଙ୍କୁ ବିବାହ କରିବାର ପ୍ରତିଶୃତି ଦେଇଥିଲା ଓ ଗତ ବର୍ଷ ଜୁଲାଇ ମାସରେ ପାତ୍ରପଡ଼ା ସ୍ଥିତ ଏକ ହୋଟେଲରେ ଉଭୟେ ରହିଥିଲେ, ଯେଉଁଠାରେ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କ ଅନିଚ୍ଛା ସତ୍ୱେ ତାଙ୍କ ସହିତ ସମ୍ପର୍କ ରଖିଥିଲେ । ଏହା ଭିତରେ ଅଭିଯୁକ୍ତ ଜଣକ ହୋଟେଲରେ ରହଣି ସମୟରେ ଅଭିଯୋଗକାରିଣୀଙ୍କ କିଛି ଆପତ୍ତି ଜନକ ଫଟୋ ତା ମୋବାଇଲରେ କଏଦ କରି, ସେଗୁଡ଼ିକୁ ଭାଇରାଲ କରିବାର ଧମକ ଦେଇ ତାଙ୍କ ସହିତ ଇଚ୍ଛା ବିରୋଧରେ ବାରମ୍ବାର ସମ୍ପର୍କ ରଖିଥିଲେ ଓ ତାଙ୍କ ଠାରୁ ୭୦ ହଜାର ଟଙ୍କା ମଧ୍ୟ ନେଇଥିଲେ । ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କ ଜାତିକୁ ନିମ୍ନ ଦର୍ଶାଇ ତାଙ୍କ ସହିତ ବିବାହ କରିବାକୁ ମନା କରିଦେଇଥିଲେ । ଏହି ଘଟଣାକୁ ନେଇ ଅଭିଯୋଗକାରିଣୀ ମୈତ୍ରୀବିହାର ଥାନାକୁ ଯାଇ ଗତ ୨୩.୧୦.୨୦୨୪ ତାରିଖ ଦିନ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଜଗତସିଂହପୁର ଜିଲ୍ଲା ତା ଘରୁ ଗିରଫ କରି କୋର୍ଟ ଚାଲାଣ କରିଛି ।