ରଏନଗୁଡା-ବନ୍ଦପଡା ରାସ୍ତା ଶୋଚନୀୟ
କୋକସରା : କଲାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡପୋଡାଗୁଡା ପଞ୍ଚାୟତର ରଏନଗୁଡା ମାଟି ଦେବୀ ମନ୍ଦିର ଠାରୁ ରଏନଗୁଡା ବନ୍ଦପଡା କୁ ସଂଯୋଗ କରୁଥିବା ରାସ୍ତା ପୋଲ ନିକଟରେ ବର୍ଷା ପାଣି ଜମି ରହି କାଦୁଅ ହେବା ସହ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଉକ୍ତ ରାସ୍ତା ଦେଇ ଦାବ୍ରିଗୁଡା,ସର୍ଗିଗୁଡା,ଡୁଡୁକାଠେଙ୍ଗା ପଞ୍ଚାୟତର ଧୋବେନଚଞ୍ଜରା, ନୂଆପଡ଼ାର ଲୋକେ ବିଭିନ୍ନ କାମରେ ରଏନଗୁଡା ଗ୍ରାମକୁ ଆସିଥାନ୍ତି । ଏହି ରାସ୍ତା ଦେଇ ଗ୍ରାମର ଛୋଟ ଛୋଟ ସ୍କୁଲ ଛାତ୍ରଛାତ୍ରୀ ସ୍କୁଲ କୁ ଯିବା ଆସିବା କରିଥାନ୍ତି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ଲୋକେ ଚିନ୍ତାରେ ଏବେ ପୋଲ ନିକଟରେ ଏପରି କାଦୁଅ ହେଇଛି ଯେ, ଟିକିଏ ଅସାବଧାନତା ହେଲେ ପଡିଯାଇ ଖଣ୍ଡିଆ ଖାବରା ହେବାର ମଧ୍ୟ ସମ୍ଭାବନା ରହିଛି । ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଶ୍ରୀଘ୍ର ମରାମତି କରିବା ପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।