ବେଗୁନିଆକୁ ଏନ୍ଏସି ମାନ୍ୟତା ଦାବି ଜୋର ଧରିଲା : ଆଜି ୬ ଘଣ୍ଟିଆ ବନ୍ଦ ଡାକରା ଦେଲା ବିଜେଡି 


ାା ଖୋର୍ଦ୍ଧା, ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ପଣ୍ଡା ।ା
ବେଗୁନିଆକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା  । ଏନ୍ଏସି ଘୋଷଣାରୁ ବେଗୁନିଆ ବାଦ ପଡିବା ପରେ ଏବେ ତେଜିଛି ଆନ୍ଦୋଳନ ଓ ରାଜନୀତି  । ବେଗୁନିଆ ବିଭିନ୍ନ ଅନୁଷ୍ଠାନ ଏନଏସି ପାଇଁ ଦାବି ଜୋରଦାର କରିଥିବା ବେଳେ, ବେଗୁନିଆ ଗାନ୍ଧୀ ସ୍ମୃତିସ୍ଥଳ ନିକଟରେ ବେଗୁନିଆ ବିକାଶ ମଚଂ ପକ୍ଷରୁ ପ୍ରତୀକାତ୍ମକ ଧାରଣା ଦିଆଯାଇଥିଲା ଏବଂ ଏନଏସି ପାଇଁ ଦାବି କରାଯାଇଥିଲା  । ସମସ୍ତ ଗାଇଡଲାଇନ ପୂରଣ କରୁଥିବା ବେଳେ କାହିଁକି ବେଗୁନିଆକୁ ଏନଏସି ଘୋଷଣା କରାଯିବନି ସେଥିପାଇଁ ବିକାଶ ମଚଂ ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟ ଏକ ଦାବିପତ୍ର ବେଗୁନିଆ ବିଡିଓଙ୍କୁ ପ୍ରଦାନ କରିଥିଲେ ଏବଂ ୧୫ ଦିନ ମଧ୍ୟରେ ବେଗୁନିଆକୁ ଏନଏସି ଘୋଷଣା କରାନଗଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛି ବିକାଶ ମଚଂ  । ସେହିପରି ବେଗୁନିଆ ବିଧାୟକଙ୍କ ନେତୃତ୍ୱରେ ବେଗୁନିଆ ଗ୍ରାମ୍ୟ କମିଟି, ବେଗୁନିଆ ଦୁର୍ଗା ପୂଜା କମିଟି ସହ ସାଧାରଣ ବର୍ଗ, ବୁଦ୍ଧିଜୀବି ଏବଂ ରାଜନୈତିକ ବ୍ୟକ୍ତି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବେଗୁନିଆ ପ୍ରତି ସରକାରଙ୍କ ଟାଳଟୁଳ ନୀତି କାରଣରୁ ବେଗୁନିଆକୁ ଏନଏସିରୁ ବାଦ ଦିଆଯାଇଛି  । ପୂର୍ବ ବିଜେଡି ସରକାର ବେଗୁନିଆ ଏନଏସି ଘୋଷଣା କରିଥିବା ବେଳେ ବର୍ତ୍ତମାନ ସରକାର ତାହା କରୁନଥିବାରୁ ଏହାକୁ ତୀବ୍ର ବିରୋଧ କରାଯାଇଥିଲା  । ଏହାର ପ୍ରତିବାଦରେ ଆସନ୍ତା ୨୨ତାରିଖ ଶୁକ୍ରବାର ୬ ଘଣ୍ଟିଆ ବେଗୁନିଆ ବନ୍ଦ ଡାକରା ଦେଇଛି ବିଜୁ ଜନତା ଦଳ । ଯେଉଁ ବନ୍ଦରେ ଜରୁରୀକାଳୀନ ସେବାକୁ ଛାଡି ଅନ୍ୟ ସମସ୍ତ ଦୋକାନ ବଜାର ଘରୋଇ ଏବଂ ସରକାରୀ ଅନୁଷ୍ଠାନ ବନ୍ଦ ରହିବ ବୋଲି କହିଛନ୍ତି ବେଗୁନିଆ ବିଧାୟକ । ସେପଟେ ଏନ୍ଏସି ଘୋଷଣା ପାଇଁ ସରକାରଙ୍କ ଉପରେ ବେଗୁନିଆ ବିଜେଡି ସହ ବିଭିନ୍ନ ଅନୁଷ୍ଠାନ ଚାପ ପକାଉଥିବା ବେଳେ, ବାସ୍ତବରେ ବେଗୁନିଆକୁ କେବେ ସରକାର ଏନଏସି ଘୋଷଣା କରିବେ ତା ଉପରେ ସମସ୍ତଙ୍କ ନଜର ।