ରଙ୍ଗ ମାଟିଆ-ଗୋଡ଼ିସାହି ମନ୍ଦିର ରାସ୍ତା ଶୋଚନୀୟ


କାଳିଆପାଣି : ଚିଙ୍ଗୁଡ଼ିପାଳ ପଞ୍ଚାୟତର ରଙ୍ଗମାଟିଆ ସ୍କୁଲ ଛକଠାରୁ ଗୋଡ଼ିସାହି ମନ୍ଦିର ପର୍ଯ୍ୟନ୍ତ ପଡ଼ିଥିବା ରାସ୍ତାର ଅବସ୍ଥା  ଶୋଚନୀୟ ହୋଇପଡ଼ିଛି । ରାସ୍ତାର ଅବସ୍ଥା ଏପରି ଯେ ସାଧାରଣ ଲୋକଟିଏ ସାଇକେଲ କିମ୍ୱା ଚାଲିଚାଲି ଯିବାକୁ ଭାରି କଷ୍ଟକର । ଗତ ୨୦୨୩ ମସିହାରେ ରଙ୍ଗାମାଟିଆ ଛକ (ଅରବିନ୍ଦ ସ୍କୁଲ)ଠାରୁ ଆସିଥିବା ରାସ୍ତାଟିକୁ ମାତ୍ର ୪ ଶହ ମିଟର ପର୍ଯ୍ୟନ୍ତ କଂକ୍ରିଟ କରଣ କରାଯଇଥିଲା । ହେଲେ ଇତି ମଧ୍ୟରେ ୨ବର୍ଷ ଅତିବାହିତ ହୋଇଯାଇଥିଲେ ସୁଦ୍ଧା ଉକ୍ତ ରାସ୍ତାଟି ଉପରେ କାହାରି ଦୃଷ୍ଟି ପଡୁନଥିବା ଅତି ଦୁର୍ଭାଗ୍ୟର ବିଷୟ । ଉକ୍ତ ରାସ୍ତାଟି ଉପରେ ଉପାନ୍ତ ଅଞ୍ଚଳ ଢେଙ୍କାନାଳ ଜିଲା ଗୋଡ଼ିସାହି ଗ୍ରାମର ଲୋକମାନେ ଚଳପ୍ରଚଳ କରୁଥିବା ବେଳେ ଗୋଡ଼ିସାହି ନାଳ କୂଳରେ ଥିବା ଶୈବପୀଠ ବାବା ଲୋକନାଥ ମନ୍ଦିରକୁ ପ୍ରତିଦିନ ଶହଶହ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଥାନ୍ତି । ଉକ୍ତ ମାଟି କଦୁଆରେ ପଚପଚ ରାସ୍ତାରେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ତେଣୁ ଉକ୍ତ ରାସ୍ତାଟିକୁ ଖୁବଶୀଘ୍ର ମରାମତି କରିବା ଓ ଅର୍ଦ୍ଧନିର୍ମିତ କଂକ୍ରିଟ କରଣକୁ ଯଥା ସମ୍ଭବ ଶେଷ କରିବାକୁ ସାଧାରଣରେ ଦାବି ହୋଇଛି ।