ରବି ଧାନକିଣା ଆରମ୍ଭ : ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ବୁଲିଲେ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ରବି ଧାନ ସଂଗ୍ରହ ଆରମ୍ଭ ହୋଇଛି । ରାଜ୍ୟରେ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଧାନ ସଂଗ୍ରହ ସମୟରେ କୌଣସି ଅନିୟମିତତାର ଅଭିଯୋଗ ଆସିଲେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପରିଷଦରେ ନିଦେ୍ର୍ଦଶ ନିୟନ୍ତ୍ରଣ ଏବଂ ଅଭିଜ୍ଞତା କେନ୍ଦ୍ର ଚାଲୁ ରହିଛି । ଏହି କେନ୍ଦ୍ରକୁ ଆଜି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବୁଲି ଦେଖିଛନ୍ତି । ଏଥିସହ ମଣ୍ଡିରେ ଧାନ କିଣା ପ୍ରକ୍ରିୟା, ସିସିଟିଭି ବ୍ୟବସ୍ଥାର ଅନୁଧ୍ୟାନ, ମଣ୍ଡିରୁ ମିଲ୍ ଯାଉଥିବା ଗାଡିର ଟ୍ରାକିଂ ଏବଂ ଏ ସଂପର୍କିତ ଲାଇଭ୍ ଫୁଟେଜ୍ର ବ୍ୟବସ୍ଥା ସଂପର୍କରେ ମନ୍ତ୍ରୀ ତଦାରଖ କରିଥିଲେ । ଏଥି ସହ ଚାଷୀ ଏବଂ ମଣ୍ଡିରେ ନିୟୋଜିତ ନୋଡାଲ ଅଫିସରଙ୍କ ସହ ମନ୍ତ୍ରୀ କଥା ହେବା ସହ ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । କୌଣସି ଅଭିଯୋଗ ଥିଲେ ଟୋଲ୍ ଫ୍ରି ନଂ ୧୯୬୭ ମାଧ୍ୟମରେ ଏହି କେନ୍ଦ୍ର ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଧାନକିଣା ନେଇ କୌଣସି ଚାଷୀଙ୍କଠାରୁ ଅଭିଯୋଗ ଆସିଲେ ଏହାର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ପାତ୍ରଙ୍କର ଏହି ପରିଦର୍ଶନ ସମୟରେ ରାଜ୍ୟ ଖାଦ୍ୟଯୋଗାଣ ନିଗମର ପରିଚାଳନା ନିଦେ୍ର୍ଦଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏହି କେନ୍ଦ୍ରର ବିଭିନ୍ନ କାର୍ଯ୍ୟକାରିତା ଓ ଅଭିଯୋଗଗୁଡିକର ତ୍ୱରିତ ସମାଧାନ ନିମନ୍ତେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଅବଗତ କରାଇଥିଲେ ।