ରବୀନ୍ଦ୍ର ନାଥଶର୍ମାଙ୍କ ସ୍ମୃତିଚାରଣ ସଭା
ବରୀ: ବରୀ ବ୍ଲକ ଅଲ୍ଲିପୁର ପଞ୍ଚାୟତର ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରବୀନ୍ଦ୍ର ନାଥଶର୍ମାଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିଚାରଣ ସଭା ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟକାର ଅଭୟ ଶତପଥୀଙ୍କୁ ସଭାପତିତ୍ୱରେ ମନମୋହନ ପାଢ଼ୀ, କୁଞ୍ଜବିହାରୀ ଦାଶ, ଶରତ ଜେନା, ବିଶ୍ୱନାଥ ତ୍ରିପାଠୀ, ସତ୍ୟରଞ୍ଜନ କର, ରମାକାନ୍ତ ସାମଲ, ଅଲେଖ ଚରନ ଜେନା, କୁଶଧ୍ୱଜ ସାମଲ, ବ୍ରଜବିହାରୀ ଜେନା, ପ୍ରହଲ୍ଲାଦ ନାଥଶର୍ମା, କ୍ଷୀରୋଦ ନାଥଶର୍ମା, ଧନେଶ୍ୱର ଗେଡି, ଦିଲୀପ ଦାସ, କାଳନ୍ଦୀ ବେହେରା, ଉମାକାନ୍ତ ନାଥଶର୍ମା, ପ୍ରମୋଦ ନାଥଶର୍ମା, ମଦନ ମୋହନ ପତି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ନାଥଶର୍ମା ଜଣେ କର୍ତ୍ତବ୍ୟନିଷ୍ଠ, ପରୋପକାରୀ ଓ ସମୟାନୁବର୍ତ୍ତୀ ବ୍ୟକ୍ତି ଥିବା ପ୍ରକାଶ କରି ତାଙ୍କ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ନାଥଶର୍ମା ତାଙ୍କ ଜୀବନ କାଳ ମଧ୍ୟରେ ୩୦ହଜାରରୁ ଊର୍ଦ୍ଧ୍ୱ ଗଛ ଲଗାଇ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ଏକାଧିକ ଧାର୍ମିକ ଅନୁଷ୍ଠାନରେ ସକ୍ରିୟ ସଦସ୍ୟ ରହିବା ସହ ବିଶ୍ୱହିନ୍ଦୁ ପରିଷଦର ସକ୍ରିୟ କାର୍ଯ୍ୟକର୍ତ୍ତା ଥିବା ଅତିଥି ପ୍ରକାଶ କରିଥିଲେ । ଏହି ଅବସରରେ ଗୀତ ପାଠ କରାଯାଇଥିଲା ବେଳେ, ତାଙ୍କ ବଡ଼ପୁତ୍ର ଚିରନ୍ତନ ନାଥଶର୍ମା, ଅଂଶୁମାନ ନାଥଶର୍ମା ଧନ୍ୟବାଦ ଦେଇଥିଲେ ।