ଗ୍ରାମରେ ପାନୀୟ ଜଳ ଯୋଗାଣ ପାଇଁ ଉକ୍ରଳ ଆଲୁମିନାର ପ୍ରୟାସ : ୨ ସ୍ୱଜଳ ଧାରା ଓ ୫ ସୌରଚାଳିତ ନଳକୂଅ ଉଦ୍ଘାଟିତ
ରାୟଗଡା : ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରଗୁଡ଼ା ସ୍ଥିତ ଉକ୍ରଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପ ସହଯୋଗୀ କମ୍ପାନୀ ପକ୍ଷରୁ ଦୁଇଗୋଟି ସ୍ୱଜଳ ପ୍ରକଳ୍ପ ଓ ୫ ଗୋଟି ସୌରାଚାଳିତ ନଳକୂପ ଉଦ୍ଘାଟିତ ହୋଇଛି । ଉକ୍ରଳ ଆଲୁମିନା ଖଣି ମୁଖ୍ୟ ବିଜୟ ଚୌହାନ ସମେତ କାରଖାନା ସିଏସ୍ଆର ବିଭାଗ କର୍ମକର୍ତ୍ତା କାଶୀପୁର ବ୍ଲକ କୋଡ଼ିପାରି ପଞ୍ଚାୟତ କାଳିଆ ଚାଁଚେରା ଓ ରୟାଲଘାଟି ଗାଁରେ ଉପସ୍ଥିତ ରହି ଜଳ ଯୋଗାଣ ପ୍ରକଳ୍ପକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଦୀର୍ଘ ଦଶନ୍ଧିରୁ ଗ୍ରାମବାସୀ ଶୁଦ୍ଧ ପାନୀୟ ଜଳ ନପାଇ ସ୍ଥାନୀୟ ଝରଣା ଓ ନାଳ ପାଣି ଉପରେ ନିର୍ଭରଶୀଳ ଥିଲେ । ପାନୀୟ ଜଳ ନମିଳିବାରୁ ଦୂଷିତ ପାଣି ପିଇ ଲୋକେ ବିଭିନ୍ନ ସମୟରେ ଝାଡ଼ାବାନ୍ତି ଓ ଅନ୍ୟାନ୍ୟ ଜଳ ବାହକ ସଂକ୍ରମଣ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇ ମୃତୁ୍ୟ ସହ ସଂଗ୍ରାମ କରିଥାନ୍ତି । ସମ୍ପ୍ରତି ସମସ୍ୟା ଦୀର୍ଘଦିନରୁ ଚାଲିଥିବା ବେଳେ ଉକ୍ରଳ ଆଲୁମିନା ପକ୍ଷରୁ ଗ୍ରାମବାସୀଙ୍କ ଏହି ସମସ୍ୟା ସମାଧାନ ନିମନ୍ତେ ଆଗକୁ ଆସି ସୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପ୍ରୟାସ କରାଯାଇଛି । ଏହି ପରିପ୍ରେକ୍ଷୀରେ ଦୁଇଟି ଗ୍ରାମରେ ଲୋକଙ୍କୁ ହାତପାହାନ୍ତାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସକାଶେ ଦୁଇଗୋଟି ସ୍ୱଜଳ ଧାରା କାର୍ଯ୍ୟକ୍ଷମ କରାଯଇଛି । ଉକ୍ରଳ ଆଲୁମିନା ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ଅଂଚଳବାସୀ ଖୁସି ପ୍ରକଟ କରିଛନ୍ତି । କମ୍ପାନୀର ଏଭଳି ଲୋକାଭିମୁଖୀ କାର୍ଯ୍ୟ ଯୋଗୁଁ ଗାଁ ଲୋକେ ପ୍ରଶଂସା କରୁଥିବା ବେଳେ ସ୍ଥାନୀୟ ବାସିନ୍ଦା ମାଳିଆ ମାଝୀ କହିଛନ୍ତି ଗାଁରେ ଲୋକେ ଶୁଦ୍ଧ ପାନୀୟ ଜଳ ପିଇବା ପାଇଁ ନାହିଁ ନ ଥିବା କଷ୍ଟ ସ୍ୱୀକାର କରୁଥିଲେ । ଉକôଳ ଆଲୁମିନା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରିଥିବାରୁ ଗାଁ ଲୋକେ ପ୍ରଥମ ଥର ସୁଦ୍ଧ ପାନୀୟ ଜଳ ବ୍ୟବହାର କରିବେ ବୋଲି ଶ୍ରୀ ମଝି ପ୍ରକାଶ କରିଛନ୍ତି ।