ରାଇଘର-ବ୍ରହ୍ମପୁରକୁ ବସ୍ ଚଳାଚଳ କେବେ?  ଘରୋଇ ବସ୍ର ମନମୁଖୀରେ ସାଧାରଣ ଲୋକେ ହନ୍ତସନ୍ତ

ରାଇଘର : ବ୍ରହ୍ମପୁର ଠାରୁ ରାଇଘର ପ୍ରଯ୍ୟନ୍ତ ବସ୍ ସେବା ନିମନ୍ତେ ବାରମ୍ବାର ଜନସାଧରଣ ଅଭିଯୋଗ କଲେ ମଧ୍ୟ ସରକାରଠୁ ଆରମ୍ଭ କରି ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ଚୁପ୍ ରହିବାଟା କେତେ ଦୁର ଠିକ୍ । ଏହାକୁ ନେଇ ଜନସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳୁଛି । ପ୍ରକାଶ ଥାଉ କି, ବ୍ରହ୍ମପୁର  ସ୍ଥିତ ପୂର୍ବତନ ଡିଟିଏମ୍ କରିବା କହିବା ଶହ ନୂଆ ବସ୍ ଆସିଲେ ନିଶ୍ଚୟ ଦିଆଯିବ କହି ବର୍ତ୍ତମାନ୍ ୬ ରୁ ୭ବର୍ଷ ବିତିଗଲାଣି । ଏପଟେ ବ୍ରହ୍ମପୁର ଠାରୁ ରାଇଘରକୁ ଗୋଟାଏ ଘୋରୋଈ ବସ୍ ୪ ବର୍ଷ ହେବ ଭଞ୍ଜନଗର, ବାଲିଗୁଡା ,ଭବାନୀପାଟଣା ଦେଇ ଚଳଚଳ କରୁଛି । ଗୋଟାଏ ବସ୍ ଚଳାଚଳ ଫଳରେ ମନମୁଖୀ କାରବାର କରୁଥିବା ପସେଞ୍ଜର ଅଭିଯୋଗ କରୁଛନ୍ତି । ତାସହ  କଟକରୁ ରାଇଘର  ୬୭୦ କିମିକୁ ନନ୍ଏସି ବସରେ ସିଟ୍ ଓ ସ୍ଲିପର ପିଛା ୮୫୦ ଟଙ୍କା ଥିବା ବେଳେ, ଏସି ବସ୍ରେ ୯୦୦ ରୁ ୯୫୦ଟଙ୍କା ନେଉଛନ୍ତି । ରାଇଘର ଠାରୁ  ବ୍ରହ୍ମପୁରକୁ ୫୩୦ ରୁ ୫୫୦ କିଲୋମିଟର ହଉଥିବା ବେଳେ, ଘୋରୋଇ ବସ୍ ସିଟ୍ ପିଛା ୬୫୦ ଟଙ୍କା ଏବଂ ସ୍ଲିପର୍ ପିଛା ୮୫୦ ଟଙ୍କା ନେଉଥିବା ଅଭିଯୋଗ ହଉଛି । ବର୍ତମାନ ୧/୨ ସିଟ୍ ଉପଲବ୍ଧ ଥିବା ବେଳେ ଚଳାଚଳ କରୁଥିବା ଘୋରୋଇ ବସ୍ ୨/୨ ସିଟ୍ ଅନୁଯାୟୀ ସ୍ଲିପର  ପଇସା ନେଉଛି । ଏବଂ  ଘୋରୋଈ ବସ୍ ରେ  କାର୍ଯ୍ୟରତ କଣ୍ଡକ୍ଟରଙ୍କ ବ୍ୟବହାର ଠିକ୍ ରହୁନି । ଅନ୍ୟପଟେ ଗୋଟାଏ ଘୋରୋଇ ବସ୍ ମଧ୍ୟ ବ୍ରହ୍ମପୁର ଠାରୁ  ଉମରକୋଟ ବିନା ପରମିଟ୍ରେ ରାଇଘର ବୋର୍ଡ ଲଗାଇ ଉମରକୋଟରେ ଆସି ରହୁଛି । ଯାହାଫଳରେ ଯାତ୍ରୀ ମାନେ ନାହି ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।  ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଗୋଟାଏ ବଡ ବ୍ୟବସାୟିକ କେନ୍ଦ୍ରସ୍ଥଳ ଭାବେ ପରିଚିତ ହଉଥିବା ବେଳେ, ଏହି ବ୍ଲକଟି ୨୬ଟି ପଞ୍ଚାୟତ ନେଇ ଗଠିତ ହେଇଛି । ଗଞ୍ଜାମ ଜିଲ୍ଲାର ବହୁ ଅଧିବାସୀ ବସବାସ କରୁଛନ୍ତି । ସେମାନେ ବ୍ରହ୍ମପୁର ଯିବାକୁ ହେଲେ ରାଇଘର ଠାରୁ ଚଳାଚଳ କରୁଥିବା ଘୋରୋଈ ବସ୍ କିମ୍ୱା ୨୮ କିମି ଉମରକୋଟ ଯାଇ ବ୍ରହ୍ମପୁର ଯିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଓ ଏସ୍ଆରଟିସି ବିଭାଗୀୟ ପଦାଧିକାରୀ ଏହା ଉପରେ ନଜର ଦେଇ ସମାଧାନ ନିମନ୍ତେ ଅଂଚଳବାସୀ ଦାବି କରିଛନ୍ତି ।