ରାଜଧାନୀରେ ଅପରେସନ ହ୍ୱାଇଟ ୱାଶ ୧.୦; ୪୮ ଘଣ୍ଟାରେ ୭୪ ଅପରାଧୀ ଗିରଫ

ରାଜଧାନୀରେ ଅପରେସନ ହ୍ୱାଇଟ ୱାଶ ୧.୦; ୪୮ ଘଣ୍ଟାରେ ୭୪ ଅପରାଧୀ ଗିରଫ
ରାଜଧାନୀରେ ଅପରେସନ ହ୍ୱାଇଟ ୱାଶ ୧.୦; ୪୮ ଘଣ୍ଟାରେ ୭୪ ଅପରାଧୀ ଗିରଫ

ଭୁବନେଶ୍ୱର, ୨୪ା୧୧ : ଆଗାମୀ ଦିନରେ ରାଜଧାନୀ ଭୁବନେଶ୍ୱରରେ ସର୍ବ ଭାରତୀୟ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ୬ ଶହରୁ ଊଦ୍ଧ୍ୱର୍ ବରିଷ୍ଠ ପୁଲିସ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଏହି ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଗୃହ ମନ୍ତ୍ରୀ ଅମିତ ଶାହା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଭଳି ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଅର୍ବାନ ପୁଲିସ ପକ୍ଷରୁ ସହରର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ରାତ୍ରିକାଳୀନ ପାଟ୍ରୋଲିଂ ବ୍ୟବସ୍ଥାକୁ ଜୋରଦାର କରାଯାଇଛି । ଏଥିପାଇଁ ଭୁବନେଶ୍ୱର ଅର୍ବାନ ପୁଲିସ ଆକ୍ସନ ମୋଡରେ । ସେଫସିଟି ଡ୍ରାଇଭ ଅଧିନରେ ବିଭିନ୍ନ ଥାନା ପୁଲିସ ଲଗାତାର ଭାବେ କିଛିଦିନି ହେବ ବିଭିନ୍ନ ସ୍ଥାନରେ ଚଢଉ କରି ଅପରାଧୀଙ୍କୁ ଗିରଫ  କରିବାରେ ସଫଳ ହେଉଛି । ପୁଲିସ କମିଶନର ଓ ଡ଼ିସିପିଙ୍କ ନେତୃତ୍ୱରେ ବିଭିନ୍ନ ଥାନା ପୁଲିସ, ପିଓପିଡ଼ି ଟିମ ଓ ସ୍ପେଶାଲ ସ୍କ୍ୱାର୍ଡ ସହଯୋଗରେ ବିଭିନ୍ନ ଅପରାଧରେ ଜଡ଼ିତ ଥିବା ଅପରାଧୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଉଛି । ଏହାସହ ସେମାନଙ୍କ ଠାରୁ ମୋବାଇଲ, ବାଇକ, ସୁନା ଆଦି ଜବତ କରାଯାଉଛି । ତାହାସହ ଗଞ୍ଜେଇ ଓ ବ୍ରାଉନସୁଗାର ମଧ୍ୟ ଜବତ କରାଯାଉଛି । ଅନ୍ୟଦିନ ପରି ଗତ ୪୮ ଘଣ୍ଟା ଭିତରେ ଗଠନ ହୋଇଥିବା ଅପରେସନ ହ୍ୱାଇଟ ୱାଶ ୧.୦ ଦ୍ୱାରା ବିଭିନ୍ନ ମାମଲାରେ ଧରାପଡିଲେ ୭୪ ଅପରାଧୀ । ସେମାନଙ୍କ ଠାରୁ, ୩୭ ମୋବାଇଲ, ୩ଟି ବାଇକ, ଗଞ୍ଜେଇ ଓ ବ୍ରାଉନସୁଗାର ଜବତକ୍ରାଯାଇଛି । ପରେ ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।
 ସୂଚନା ଯୋଗ୍ୟଯେ, କମିଶନରେଟ୍ ପୁଲିସର ଅପରେସନ ହ୍ୱାଇଟ ୱାଶ ୧.୦ ଦ୍ୱାରା ବିଭିନ୍ନ ମାମଲାରେ ଧରାପଡିଲେ ୭୪ ଅପରାଧୀ । ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଡିଜି ସମ୍ମିଳନୀ ପୂର୍ବରୁ ଆକ୍ସନ ମୋଡରେ କମିଶନରେଟ୍ ପୁଲିସ  । ରାଜଧାନୀବାସୀଙ୍କ ସୁରକ୍ଷାକୁ ବଢାଇବା ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଆରମ୍ଭ ହୋଇଛି ଅପରେସନ  । ୪୮ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ପୁଲିସ ଗଠନ କରିଥିବା ଅପରେସନ୍ ହ୍ୱାଇଟ୍ ୱାଶ ୧.୦ ଟିମ ୭୪ ଜଣ ଅପରାଧୀଙ୍କୁ ଧରିବାରେ ସଫଳତାର ସହ ପରିଚାଳନା କରିଥିଲା । ଏହି ବୃହତ ଅପରେସନ ସମ୍ପତ୍ତି ଅପରାଧୀ, ଡ୍ରଗ୍ ବେପାରୀ, ବୁଟ୍ ଲେଗର୍, ପଳାତକ ୱାରେଣ୍ଟ ଅପରାଧୀ ଏବଂ ଆଇନର ଅନ୍ୟ ଉଲ୍ଲଂଘନକାରୀଙ୍କୁ ଟାର୍ଗେଟ କରଯାଇଥିଲା । ସ୍ପେଶାଲ ସ୍କ୍ୱାର୍ଡ ସଦସ୍ୟ ତଥା ବିଭିନ୍ନ ପୁଲିସ ଷ୍ଟେସନର ଦକ୍ଷ କର୍ମଚାରୀଙ୍କୁ ମିଶାଇ ୨୦ଟି ଟିମ୍ ଏହି ଅପରେସନ କରିଥିଲେ । ଅପରେସନରେ ୨୯ ଜଣ ସମ୍ପତ୍ତି ଅପରାଧୀଙ୍କ ସମେତ ୭୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ । ଗିରଫ ଅଭିଯୁକ୍ତ ମାନଙ୍କଠାରୁ ୩୭ଟି ମୋବାଇଲ୍ ଫୋନ୍, ୩ଟି ବାଇକ ଆଦି ବିଭିନ୍ନ ଚୋରୀ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଏଥିସହ ବ୍ରାଉନସୁଗାର, ଗଞ୍ଜେଇ ମଧ୍ୟ ଜବତ କରାଯାଇଛି । 
ଅପରାଧୀଙ୍କୁ ଧରିବାକୁ ଜନସାଧାରଣମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛି କମିଶନରେଟ୍ ପୁଲିସ । ଅପରାଧୀ ଏବଂ ଅପରାଧିକ ସମ୍ପର୍କରେ ପୁଲିସକୁ ସୂଚନା ଦେବାକୁ ସ୍ୱତନ୍ତ୍ର ହ୍ୱାଟ୍ସ ଆପ୍ ନମ୍ବର - ୭୦୭୭୯୮୧୧୧ ଜାରି କରାଯାଇଛି  । ସୂଚନା ଦାତାଙ୍କ ସମସ୍ତ ତଥ୍ୟ ଗୋପନୀୟ ରଖାଯିବା ନେଇ ମଧ୍ୟ କୁହାଯାଇଛି । ପ୍ରତି ରବିବାର ଭୁବନେଶ୍ୱରରେ ଥିବା ସମସ୍ତ ଥାନା ମାନଙ୍କରେ ହେବ ସୁଧାର ପରେଡ୍  । ସାମାଜିକ ବିରୋଧୀ କାର୍ଯ୍ୟକଳାପରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ପୁନଃ ଥଇଥାନ କରିବା ଉଦେ୍ଦଶ୍ୟରେ କରାଯିବ ସୁଧାର ପରେଡ୍ । ଏନେଇ ଡିସିପିଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।