ରାଜଧାନୀର ରାସ୍ତା କଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଭୁବନେଶ୍ୱର, ୨୯ା୧୧ :ଭୁବନେଶ୍ୱର ସ୍ଥିତ ଏକ ନମ୍ବର ଆରଟିଓ ନିକଟ ରାସ୍ତାକଡରୁ ଏକ ଶିଶୁକନ୍ୟା ଉଦ୍ଧାର ହୋଇଛି ।  ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଶିଶୁଟିକୁ ୨୧ଦିନ ହୋଇଥିବା ଜଣାପଡିଛି । ପରିତ୍ୟକ୍ତ ଅବସ୍ଥାରେ ଆରଟିଓ ଅଫିସ ସମ୍ମୁଖରୁ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଶିଶୁକନ୍ୟାକୁ ସହିଦନଗର ଥାନା ଜିମା ଦେଇଛନ୍ତି ଲୋକେ  । ଏହା ପରେ ଶିଶୁକନ୍ୟାର ମେଡିକାଲ ଚେକ୍ ଅପ୍ କରାଯାଇଛି  । ରାତି ତିନିଟାରୁ ଶୁଭିଥିଲା କୁନି ଶିଶୁର କୁଆଁକୁଆଁ ଶବ୍ଦ । କାନ୍ଦ ଶୁଣି ସ୍ଥାନୀୟ ଆରଟିଓ -୧ରେ କାର୍ଯ୍ୟ କରୁଥିବା ସୁକାନ୍ତ ବାରିକ ପହଞ୍ଚି ଦେଖିବା ବେଳକୁ ଗୋଟିଏ ଶିଶୁକନ୍ୟା ରାସ୍ତା କଡ ଗଛ ମୂଳେ ଶୋଇଥିଲା  । ସକାଳ ହେବା ପର୍ଯ୍ୟନ୍ତ ସୁକାନ୍ତ ଏବଂ ସ୍ଥାନୀୟ ଲୋକେ ଶିଶୁକନ୍ୟାକୁ ଜଗି ରହିଥିଲେ । ପରେ ପିସିଆର ଏବଂ ନିକଟସ୍ଥ ସହିଦନଗର ଥାନାକୁ ଯାଇଥିଲେ  । ଖବର ପାଇ ପିସିିଆର ଭ୍ୟାନ ଏବଂ ଥାନା କର୍ମଚାରୀ ପହଞ୍ଚି ଶିଶୁକନ୍ୟାକୁ ନିଜ ହେଫାଜତକୁ ନେବା ସହ ମେଡିକାଲ ଯାଞ୍ଚ କରାଇଥିଲେ  । ଶିଶୁକନ୍ୟାଟି କାହାର ଆଉ କିଏ ତାକୁ ଏଠି ଛାଡ଼ି ଚାଲି ଯାଇଛି ତାହା ପୁଲିସ ଯାଞ୍ଚ ଆରମ୍ଭ କରିଛନ୍ତି  ।
 ସୂଚନା ଯୋଗ୍ୟଯେ,  ରାଜଧାନୀରେ ରାସ୍ତାକଡରୁ ମିଳିଲା ନବଜାତ ଶିଶୁ କନ୍ୟା  । ଆଚାର୍ଯ୍ୟ ବିହାର ଆରଟିଓ -୧ ନିକଟ ମହାରାଜା ସିନେମା ହଲ ରାସ୍ତା କଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ଗତକାଲି ବିଳମ୍ବିତ ରାତିରେ କିଏ ଛାଡ଼ି ଚାଲି ଯାଇଥିବା ସନେ୍ଦହ କରାଯାଉଛି । ସକାଳୁ ସ୍ଥାନୀୟ ଲୋକ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି । ପରେ ସହିଦନଗର ଥାନା ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ଅନ୍ୟପଟେ ଉଦ୍ଧାର ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟ ଅବସ୍ଥା ଏବେ ସୁସ୍ଥ ରହିଥିବା ହସ୍ପିଟାଲ ପକ୍ଷରୁ ଜଣାପଡ଼ିଛି । ସେପଟେ ବୁର୍ଲା ଭିମସାରରୁ ଚୋରି ହୋଇଥିବା ନବଜାତ ଶିଶୁକୁ ଉଦ୍ଧାର କରିଛି ପୁଲିସ  । ଘଣ୍ଟା ଘଣ୍ଟା ଧରି ଚାରିଆଡେ ଘାଣ୍ଟିବା ପରେ ସମ୍ବଲପୁର ପୁଲିସକୁ ଏହି ସଫଳତା ମିଳିଛି । ଛୁଆକୁ ପାଇଲା ପରେ ଖୁସିରେ ମିଠା ବାଣ୍ଟିଛନ୍ତି ନବଜାତକର ମା’ ଓ ମାଉସୀ । ଅନ୍ୟପଟେ ଚୋରି କରିଥିବା ମହିଳା ଓ ତାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ  । ପୁଲିସ ଚୋରିର ୪୦ ଘଣ୍ଟା ଓ ୩ ଶହ ସିସିଟିଭି ଫୁଟେଜର ଯାଞ୍ଚ ପରେ ରେଙ୍ଗାଲି ଗଣେଶନଗରରୁ ଶିଶୁଟିକୁ ଉଦ୍ଧାର କରିଛି । ଉଦ୍ଧାର ପରେ ମେଡିକାଲ ଭିତରୁ କେମିତି ହେଲା ନବଜାତକ ଚୋରି ପୁଲିସ ଏହି ଘଟଣାକୁ ନେଇ କିଭଳି ଚଳାଇଥିଲା ଅପରେସନ୍ ତାହା ଗୋଟି ଗୋଟି କରି ବଖାଣିଛନ୍ତି ସମ୍ବଲପୁର ଏସ୍ପି ।