ରାଜଭବନରେ ରକ୍ତଦାନ ଶିବିର
ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ରକ୍ତଦାତାମାନଙ୍କ ଦ୍ୱାରା ଅନ୍ୟର ଜୀବନ ରକ୍ଷା ପାଇଁ ପ୍ରଦର୍ଶିତ କରୁଣା ଓ ନିଷ୍ଠା ଅତ୍ୟନ୍ତ ପ୍ରେରଣାଦାୟୀ ଏବଂ ଆଶ୍ୱାସଜନକ ବୋଲି ମତ ପ୍ରକାଶ କରିଛନ୍ତି । ଗୁରୁବାର ଦିନ ରାଜ ଭାବନର ନୁ୍ୟ ଅଭିଷେକ ହଲରେ ଆୟୋଜିତ ରକ୍ତଦାନ ଶିବିର ପରିଦର୍ଶନ ସମୟରେ ରାଜ୍ୟପାଳ ଏପରି ମନ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ଶିବିର ରାଜଭବନ ଓ କ୍ୟାପିଟାଲ ହସ୍ପିଟାଲର ବ୍ଲଡ ବ୍ୟାଙ୍କର ମିଳିତ ସହଯୋଗରେ ଆୟୋଜିତ କରାଯାଇଥିଲା । ଶିବିରରେ ମୋଟ ୧୭୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ସାମାଜିକ ସଂଗଠନର ସଦସ୍ୟ/ସଦସ୍ୟା ଓ ରାଜଭବନର କର୍ମଚାରୀ ଓ ଅଧିକାରୀମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ଜନସେବା ଓ ସାମୂହିକ ଅଂଶଗ୍ରହଣ ପୂର୍ବକ ସମର୍ପଣଭାବ ପ୍ରଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ରାଜ୍ୟପାଳ ରକ୍ତଦାତାମାନଙ୍କ ସହ ଆଲୋଚନା କରି ସେମାନଙ୍କ ଯୋଗଦାନକୁ ଉଚ୍ଚ ପ୍ରଶଂସା କରିଥିଲେ । ରାଜ୍ୟପାଳ ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ଓ ଟି-ସାର୍ଟ ବଣ୍ଟନ କରିଥିଲେ । ଶିବିରଟି ରାଜଭବନ ଡିସପେନସାରୀର ଡା ବି.କେ. ମେହେର ଓ କ୍ୟାପିଟାଲ ହସ୍ପିଟାଲ ବ୍ଲଡ ବ୍ୟାଙ୍କର ଡା ଦେବାଶିଷ ମିଶ୍ରଙ୍କ ସମନ୍ୱୟରେ ପରିଚାଳିତ ହୋଇଥିଲା ।