ସମବାୟ ବିଭାଗ ସାଂସ୍କୃତିକ ପରିଷଦର ନୂତନ ସଭାପତି ମନୋନୀତ

 ଭୁବନେଶ୍ୱର : ସମବାୟ ବିଭାଗ ସାଂସ୍କୃତିକ ପରିଷଦର ନୂତନ ସଭାପତି ମନୋନୀତ ହୋଇଛନ୍ତି  । ସର୍ବସମ୍ମତିକ୍ରମେ କେ ରବିକୁମାର ପରିଷଦର ନୂତନ ସଭାପତି ଭାବେ ମନୋନୀତ ହୋଇଛନ୍ତି  । ସଭାପତି ଭାବେ ମନୋନୀତ ହେବା ପରେ ସେ ସମସ୍ତଙ୍କୁ ନେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଆଜି ସାଂସ୍କୃତିକ ପରିଷଦ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପରିଷଦର ସାଧାରଣ ସମ୍ପାଦକ ଇଲାପ କୁମାର ସ୍ୱାଇଁ, ଉପ-ସଭାପତି ଶ୍ରୀନିବାସ ଲେଙ୍କା,  ଯୁଗ୍ମ ସମ୍ପାଦକ ହରପ୍ରସାଦ ମହାପାତ୍ର, ସାଂସ୍କୃତିକ ସମ୍ପାଦକ ଯତୀନ୍ଦ୍ର କୁମାର ପ୍ରଧାନ, କ୍ରୀଡା ସମ୍ପାଦକ ଜ୍ୟୋତି ପ୍ରକାଶ ନାୟକ, କୋଷାଧ୍ୟକ୍ଷ ଜ୍ୟୋତିର୍ମୟୀ ଧିର୍, ଅଡିଟର୍ ରାଜଶ୍ରୀ ରାଉତ ଓ ପରିଷଦର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ  । ପରିଷଦର ଉତ୍ତରୋତ୍ତର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କାର୍ଯ୍ୟ କରିବାକୁ ସାଧାରଣ ସମ୍ପାଦକ ଇଲାପ କୁମାର ସ୍ୱାଇଁ ନିବେଦନ କରିଥିଲେ ।