ଶିକ୍ଷକ ବଦଳି ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ ହାଇକୋର୍ଟର ଶକ୍ତ ଝଟ୍‌କା 

ଶିକ୍ଷକ ବଦଳି ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ ହାଇକୋର୍ଟର ଶକ୍ତ ଝଟ୍‌କା 

କଟକ : ରାଜ୍ୟ ସରକାରଙ୍କୁ ହାଇକୋର୍ଟର ଝଟ୍‌କା । ଶିକ୍ଷକ ବଦଳି ପ୍ରସଙ୍ଗରେ ରାୟ ଶୁଣାଇଛନ୍ତି ହାଇକୋର୍ଟ । ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟଙ୍କ ନାପସନ୍ଦ କରିଛନ୍ତି ।

    ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଲାଗିଛି ଶକ୍ତ ଝଟ୍‌କା । ୧୫ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ବଦଳି ପାଇଁ ସାଂସଦ, ବିଧାୟକଙ୍କୁ ରାଜ୍ୟ ସରକାର କ୍ଷମତା ଦେଇଥିଲେ । ଯାହାକୁ ନେଇ ହାଇକୋର୍ଟରେ ହୋଇଥିଲା ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ଯେଉଁଥିରେ ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ସିଧାସଳଖ ନାପସନ୍ଦ କରିଛନ୍ତି ହାଇକୋର୍ଟ ।