ରାଫେଲ ଉଡ଼ାଣ ଭରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ : ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅମ୍ବାଲା ଗସ୍ତ କରିବା ସହ ରାଫେଲ ଯୁଦ୍ଧବିମାନରେ ଉଡ଼ାଣ ଭରିବେ । ସେ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ରାଫେଲରେ ଉଡ଼ାଣ ଭରିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ହରିୟାଣାର ଅମ୍ବାଲା ଗସ୍ତ କରିବା ସହ ରାଫେଲ ଯୁଦ୍ଧବିମାନରେ ବୁଲିବେ । ରାଫେଲ ଅପରେସନ ସିନ୍ଦୂରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଯୁଦ୍ଧ ବିମାନରେ ଉଡ଼ାଣ ଭରିବାରେ ସେ ହେବେ ଭାରତର ଦ୍ୱିତୀୟ ମହିଳା ରାଷ୍ଟ୍ରପତି । ଏହା ପୂର୍ବରୁ ୮ ଅପ୍ରେଲ୨୦୨୩ରେ ରାଷ୍ଟ୍ରପତି ଆସାମର ତେଜପୁର ଆଇଏଏଫ୍ ଷ୍ଟେସନରେ ଏକ ସୁଖୋଇ ୩୦ ଏମକେଆଇ ଯୁଦ୍ଧବିମାନରେ ଉଡିଥିଲେ । ଏହାପୂର୍ବରୁ ଭାରତର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଏବଂ ପ୍ରତିଭା ସିଂ ପାଟିଲ ଯୁଦ୍ଧ ବିମାନରେ ଉଡ଼ାଣ ଭରିଛନ୍ତି ।