ରାମଚରିତମାନସ ପାରାୟଣ ଉଦ୍ୟାପିତ 

 ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ପୌରାଞ୍ଚଳ ବୃନ୍ଦାବନ ବିଦ୍ୟାପିଠ ମିନି ଷ୍ଟାଡିୟମ ପରିସରରେ ଗତ ୧୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଶନିବାର ଉଦଯାପିତ ହୋଇଯାଇଛି । ଟ୍ରଷ୍ଟ ସଭାପତି ଦେବାନନ୍ଦ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନି ଉସôବରେ ଅତିଥି ଭାବେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଡ଼ଙ୍ଗୀ, ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠି, ଗାୟତ୍ରୀ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅଶୋକ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଗତ ୯ ଦିନ ବ୍ୟାପି ଆୟୋଜିତ କାର୍ଯ୍ୟକ୍ରମରେ ବ୍ୟାସ ଭାବେ ପଦ୍ମଚରଣ ଦାଶ ଉପସ୍ଥିତ ଥିଲେ । ପ୍ରବଚକ ଭାବେ ରାଘବେନ୍ଦ୍ର ଦାଶ ମହାରାଜ ଯୋଗଦେଇ ଶ୍ରୀରାମଙ୍କ ଅମୃତବାଣୀ ସମ୍ପର୍କରେ ପ୍ରବଚନ ଦେଇ ଆସୁଥିଲେ । ଏହି ଅବସରରେ ବାର୍ଷିକ ବିଶେଷାଙ୍କ ଶାଶ୍ୱତ କଥା ପୁସ୍ତକକୁ ଅତିଥି ବୃନ୍ଦ ଉନ୍ମୋଚନ କରିଥିଲେ । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଟ୍ରଷ୍ଟର ସଦସ୍ୟ ସାରଙ୍ଗଧର ପାଠି ଓ ରାମେଶ୍ୱର ପାତ୍ରଙ୍କ ବିୟୋଗ ଯୋଗୁଁ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଆଗାମୀ ଦିନରେ ଟ୍ରଷ୍ଟ ପକ୍ଷରୁ ବୃକ୍ଷରୋପଣ, ରକ୍ତଦାନ ଶିବିର, ଯୋଗ ଶିବିର, ସ୍ୱାସ୍ଥ୍ୟ ଶିବିର ସହ ମେଧାବୀ ଶିକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା ଭଳି ବହୁ ସାମାଜିକ କାର୍ଯ୍ୟକ୍ରମ କରିବା ସକାଶେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଟ୍ରଷ୍ଟର ଉପସଭାପତି ଲକ୍ଷ୍ମୀ ନାରାୟଣ ପଣ୍ଡା, ଏ. ଶଙ୍କର ପ୍ରସାଦ ଆଚାରୀ, ମନୋଜ ସାହୁ, ଅରବିନ୍ଦ ପଣ୍ଡା, ଗୈାରହରି ପୃଷ୍ଟି, ଡଃ. ରମେଶ ଚନ୍ଦ୍ର ଚୌଧୁରୀ, ଡଃ. ଗଦାଧର ବେହେରା, ପ୍ରଶାନ୍ତ ପଟ୍ଟନାୟକ, ତରୁଣ କୁମାର ପଣ୍ଡା, ସନ୍ତୋଷ ଦ୍ୟାନସୁମନ୍ତ, ବିଜୟ ପାଣିଗ୍ରାହୀ, ପୁର୍ଣ୍ଣବାସୀ ପାଣିଗ୍ରାହୀ, ନିରୁପମା ସାହୁ, ମଇନା ସାହୁ, ସଂଯୁକ୍ତା ବେହେରା, ଗଙ୍ଗାଧର ପାଣିଗ୍ରାହୀ, ହରିହର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।