ରାମ ଚରିତ ନବାହ୍ନ ପାରାୟଣ

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ଜଳହରି ଶାସନ ଠାରେ ଶ୍ରୀରାମ ସେବା ସମିତି ପକ୍ଷରୁ ନବାନ୍ନ ପାରାୟଣ ଓ ପ୍ରବଚନ ଜ୍ଞାନ ଯଜ୍ଞ ଅନୁଷ୍ଠିତ ହୋଇଛି । ପୀଠରେ ସର୍ବ ପ୍ରଥମେ ଅଧିବାସ ଅନୁଷ୍ଠିତ ହୋଇଥିବା ବେଳେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଆୟୋଜିତ ହୋଇଛି । ଏହାଛଡା ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ଶାସ୍ତ୍ର ବିସାରଦ ମାନଙ୍କ ଦ୍ୱାରା ପ୍ରବଚନ ମଧ୍ୟ ଅନୁଷ୍ଠିତ ହୋଇଛି । ପର୍ଯ୍ୟାୟ କ୍ରମେ ବାଣି ସେବକ ହିମାଂଶୁ ଦାସ ମହାରାଜ, ମଙ୍ଗୁଳି ଦାସ ମହାରାଜ, ମାନସ ଦାସ, କମଳଲୋଚନ ଦାସ ମହାରାଜ ବ୍ୟାସ ପୀଠରେ ଶ୍ରୀରାମଙ୍କ କଥାବସ୍ତୁକୁ ନେଇ ପ୍ରବଚନ ପ୍ରଦାନ କରିଛନ୍ତି । ବ୍ୟାସ ଭାବେ ରଘୁନାଥ ମିଶ୍ର, ଉପବ୍ୟାସ ଭାବେ ନିଶିଥ କୁମାର ପତି ଓ ଭଜନଶିଳ୍ପୀ ଧରଣୀଧର ଦାସ, ଧନେଶ୍ୱର ଦାସ ପ୍ରମୁଖ ସହଯୋଗ କରିଥିଲେ । ଆଖପାଖ ଅଞ୍ଚଳର ଶହଶହ ଭଗବତ ପିପାସୁ ଜନସାଧାରଣ ଏଥିରେ ଯୋଗ ଦେଇଥିବା ବେଳେ ଆସନ୍ତା ବୁଧବାର ବାର୍ଷିକ କାର୍ଯ୍ୟକ୍ରମ ଉଦଯାପିତ ହେବ ବୋଲି ଜଣାପଡିଛି ।