ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ପୁଲିସ
ତିହିଡି : ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ପୀରହାଟ ପୋଲିସ । ମାଡ ମାରି ଘୋଷାରି ଘୋଷାରି ୩ କି.ମି ଦୂର ଥାନାରେ ପୋଲିସକୁ ଜିମା ଦେଲେ ଅଭିଯୁକ୍ତମାନେ । ପୀଡିତଙ୍କ ପରିବାର ସେଠାରେ ପହଞ୍ଚôବା ପରେ ପୋଲିସ ସମ୍ମୁଖରେ ବି ମାଡ ମରାଗଲା । ଦରମରା ହୋଇ ଥାନା ଭିତରେ ଅଢେଇ ଘଣ୍ଟା ପଡି ରହିଲା । ଶେଷରେ ଗଣମାଧ୍ୟମର ହସ୍ତକ୍ଷେପରେ ପୋଲିସ ତିହିଡି ମେଡିକାଲରେ ଭର୍ତ୍ତି କଲା ଏବଂ ସେଠାରୁ ଭଦ୍ରକ ସ୍ଥାନାନ୍ତର କରି ଚିକିତ୍ସା ମଧ୍ୟ କରାଇଲା । ରାତିରେ ଥାନାକୁ ଆଣି ନାନାଦି ନିର୍ଯାତନା ଦେଲା । ପରିବାର ଲୋକେ ପ୍ରତିବାଦ କରବାରୁ ସେମାନଙ୍କୁ ମାଡ ମଧ୍ୟ ମରାଗଲା । ଅଭିଯୁକ୍ତମାନଙ୍କ ମିଥ୍ୟା ଭିଆଣରେ ପୀଡିତଙ୍କୁ ବ୍ୟାଟେରୀ ଚୋରୀର ଅଭଯୁକ୍ତ ସଜାଇ ଦିଆଗଲା ଏବଂ ପରଦିନ ଦିବା ଏକ ଘଟିକା ପର୍ଯ୍ୟନ୍ତ ଥାନରେ ବେଲ ଦିଆଯିବ ବୋଲି କହି ଶେଷରେ ଅସୁସ୍ଥ ଅବସ୍ଥାରେ ପୀଡିତଙ୍କୁ କୋର୍ଟ ·ଲାଣ କରାଗଲା । ପୀଡିତଙ୍କ ପରିବାର ପକ୍ଷରୁ ଅଭିଯୁକ୍ତମାନଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବା ସହିତ ପୋଲିସ ଅକଥନୀୟ ଅତ୍ୟା·ର ବିରୋଧରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଫେରାଦ୍ ହେଲେ ପରିବାର ଲୋକେ । ସୋମବାର ଦିନ ପୀଡିତ ଜାମିନ୍ ବଳରେ ବେଲରେ ଆସିଲେ ହେଲେ ତାଙ୍କର ଶାରିରୀକ ଅସୁସ୍ଥତା ପରିବାର ଲୋକଙ୍କ ଚିନ୍ତା ବଢେଇ ଦେଇଛି । ସେପଟେ ତିନିଦିନ ପରେ ମଙ୍ଗଳବାର ମଧ୍ୟାହ୍ନରେ ମରଣାନ୍ତକ ଆକ୍ରମଣ ଘଟଣାର ତଦନ୍ତ କରିଛନ୍ତି ଭାରପ୍ରାପ୍ତ ଏସଡିପିଓ (ଧାନନଗର) ତ୍ରିଲୋଚନ ସେଠୀ । ତେବେ ପୀଡିତଙ୍କ ଅସୁସ୍ଥତା ପାଇଁ ତଦନ୍ତ ଶେଷ ହୋଇ ନଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ଅପରାହ୍ନରେ ପୀଡିତ ମାତ୍ରାଧିକ ଅସୁସ୍ଥ ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ତିହିଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅଧିକ ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ମୁଣ୍ଡ, ପିଠି, ପେଟ ହାତ ଓ ଗୋଡରେ ଗଭୀର କ୍ଷତ ସୃଷ୍ଟି ହେବା ସହିତ ଯନ୍ତ୍ରଣା ହେଉଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ମରଣାନ୍ତକ ତଥା ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିବା ପୀଡିତ ହେଉଛନ୍ତି ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ବାମନବିନ୍ଧା ଗାଁର ବନମାଳି ଦାସଙ୍କ ପୁଅ କୁଶ ଦାସ, ଜାତିରେ ଦଳିତ । ସେହି ଗାଁର ସବର୍ଣ୍ଣ ଜାତିର ସୁଶାନ୍ତ ନାୟକ, ଶ୍ରୀକାନ୍ତ ନାୟକ, ଶଶିକାନ୍ତ ନାୟକ ଓ ରତିକାନ୍ତ ନାୟକ ସଂଘବଦ୍ଧ ଭାବରେ ଗତ ତା ୨୪.୦୫.୨୫ରିଖ ଅପରାହ୍ନରେ ଏକ ମିଥ୍ୟା ବ୍ୟାଟେରୀ ଚୋରି ଅଭିଯୋଗରେ ହାତରେ ଭୁଜାଲୀ ଓ ଖଣ୍ଡା ଆଦି ମାରଣାସ୍ତ୍ର ଧରି ବିବେକାନନ୍ଦ ଶିକ୍ଷାକେନ୍ଦ୍ର ନିଟରେ କୁଶଙ୍କୁ ଜାତିଗୋତ୍ର ଉଠାଇ ଗାଳି ଗୁଲଜ କରିବା ସହିତ ଜୀବନରୁ ମାରିଦେବା ଉଦେ୍ଦଶ୍ୟରେ ଆକ୍ରମଣ କରିଥିଲେ ଏବଂ ମାଡ ମାରିମାରି ଟାଣି ଟାଣି ଥାନା ଭିତରେ ମୂମୁର୍ଷ ଅବସ୍ଥାରେ ପକାଇ ଦେଇଥିଲେ । ପରିବାର ଲୋକେ ସେଠାରେ ପହଞ୍ଚôବା ବେଳକୁ କୁଶଙ୍କ ପାଟି ଓ ମୁଣ୍ଡରୁ ରକ୍ତ ବାହାରୁଥିଲା ଏବଂ ସାର୍ଟ, ପ୍ୟାଣ୍ଟ ମଧ୍ୟ ଚିରା ଯାଇଥିଲା । ତାଙ୍କ ପାଖରେ ଥିବା ନଗଦ୍ ଟଙ୍କା ଓ ସୁନା ଚେନ୍ ମଧ୍ୟ ନଥିଲା । ଡାକ୍ତରଖାନାକୁ ନେବା ଲାଗି ପରିବାର ଲୋକେ ଯେତେ ନେହୁରା ହେଲେ ମଧ୍ୟ ପୋଲିସ ଶୁଣିନଥିଲା ଏବଂ ଗଣମାଧ୍ୟମର ହସ୍ତକ୍ଷେପରେ ଅଢେଇ ଘଣ୍ଟା ପରେ ପୋଲିସ କୁଶଙ୍କୁ ମେଡିକାଲ ନେଇଥିଲା । ସେହିପରି ଘଟଣାର ପୂର୍ବଦିନ ମଧ୍ୟ ଅଭିଯୁକ୍ତମାନେ କୁଶଙ୍କ ପରିବାରର ମହିଳାମାନଙ୍କୁ ଜାତିଗୋତ୍ର ଉଠାଇ ଗାଳି ଗୁଲଜ କରିବା ସହିତ ମାଡ ମଧ୍ୟ ମାରିଥିଲେ । ପୀଡିତ କୁଶଙ୍କ ବାପାଙ୍କ ଏତଲାକୁ ଭତ୍ତିକରି ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ ଦଫା ୧୨୬(୨), ୧୧୫(୨), ୨୯୬, ୩୫୧(୨), ୩୦୩(୨), ୩(୫), ୩(୧)(ଆର)ଏସସିଏସଟି ଓ ୩(୨)(ଭିଏ) ଆକ୍ଟରେ ଏକ ମାମଲା ୧୨୫/୨୫ ରୁଜୁ କରିଥିଲେ ହେଁ ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠା ଗ୍ରହଣ କରା ଯାଇନାହିଁ । ଏନେଇ ପରିବାର ଲୋକେ ସୋମବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଗୁହାରୀ କରିଥିଲେ । ତେବେ ତଦନ୍ତ ସରିବା ପରେ ଆବଶ୍ୟକ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ ଶ୍ରୀ ସେଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।