ରାସ୍ତାରେ ଭାସୁଛି ପାଇଖାନା ପାଣି : ବଢୁଛି ଜନଅସନ୍ତୋଷ
ଛତ୍ରପୁର : ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମାତ୍ର ପଚାସା ମିଟର ଦୂରରେ ଆହାର କେନ୍ଦ୍ର ପାର୍ଶ୍ୱରେ ଥିବା ଶୌଚାଳୟରୁ ନିର୍ଗତ ଦୁଷିତ ପାଣି ମୁଖ୍ୟ ରାସ୍ତାରେ ଭାସୁଛି । ଯାହାଫଳରେ ଦୁର୍ଗନ୍ଧରେ ସେଠାକାର ଥିବା ବ୍ୟବସାୟମାନେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ଏନ୍ଏସି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ବହୁବାର ଜଣାଇଥିଲେ ମଧ୍ୟ ଆଜକୁ ତିନି ମାସ ହେଲା କୌଣସି ପଦକ୍ଷେପ ନାହିଁ । ଏବଂ କିଛି ଲୋକ ଉକ୍ତ ଲାଟିନ ପାଣିରେ ଗୋଡ ଧୋଇବାର ନଜିର ଆସିଛି । ସେଠାକାର ବ୍ୟବସାୟୀମାନେ ଏନ୍ଏସିର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।