ରାସ୍ତା ଅନ୍ଧାର ନେଇ ଗ୍ରାମବାସୀଙ୍କ ଅସନ୍ତୋଷ 

ାା ପ୍ରଭାନୁ୍ୟଜ୍ ।ା କେନ୍ଦ୍ରାପଡା : କେନ୍ଦ୍ରାପଡା ପୌରାଞ୍ଚଳ କେତେକ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ଜଳୁ ନ ଥିବା ବେଳେ, ଦୀର୍ଘ ୧ ମାସରୁ ଊଦ୍ଧ୍ୱର୍ ହେବ ସାନ୍ତସାହି ଠାରୁ ମୀରପାଟଣା ରାସ୍ତା ସଂପୂର୍ଣ୍ଣ ଭାବରେ ଅନ୍ଧାର ହୋଇ ରହିଛି । ପୌଞ୍ଚରାଳର ୬ ଓ ୭ନଂ ୱାର୍ଡର ମୁଖ୍ୟ ରାସ୍ତା ଅନ୍ଧାର ହେବା ଫଳରେ ଏହାର ସୁଯୋଗ ନେଇ କେତେକ ସ୍ଥାନରେ ଚୋରି ମଧ୍ୟ ହୋଇ ସାରିଲାଣି । ମୀରପାଟଣା ଏକ ଗ୍ୟାରେଜରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ବେଳେ, ଏହି ମୁଖ୍ୟ ରାସ୍ତାଟି ଗୋବରୀ କେନାଲ ଓ ବିଲ ଦେଇ ଯାଇଥିବାରୁ ଅନ୍ଧାରରେ ଅନେକ ବିଷଧର ସାପ ଯାତାୟତ କରୁଛନ୍ତି ।ଏହି ରାସ୍ତାରେ ସନ୍ଧ୍ୟା ସମୟରେ ଦୈନିକ ହଜାର ହଜାର ଲୋକଙ୍କ ସହିତ ଅନେକ ପ୍ରଶାସନିକ ଅଧିକାରୀ ଯାତାୟତ କରୁଥିଲେ ମଧ୍ୟ ଅନ୍ଧାରକୁ ସମସ୍ତେ ଅଣଦେଖା କରୁଛନ୍ତି । ବିଷଧର ସାର୍ପାଘାତରେ ଅନେକ ଲୋକ ଆହତ ମଧ୍ୟ ହେଲେଣି । ରାସ୍ତାଟି ଆଲୋକୀ କରଣ କରିବା ପାଇଁ ଭୁବନେଶ୍ୱର ଏକ ଘରୋଇ କମ୍ପାନୀ ଦାୟିତ୍ୱ ନେଇଥିବାରୁ ବାରମ୍ବାର ଏହି ଘରୋଇ କମ୍ପାନୀକୁ ଖବର ଦେଲେ ମଧ୍ୟ କମ୍ପାନୀ ଏହାର କୌଣସି ବ୍ୟବସ୍ଥା କରୁନାହିଁ । ଯାହା ଫଳରେ ଯାତାୟତ କରୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଏହି ରାସ୍ତାରେ ଥିବା ଷ୍ଟ୍ରଟ୍ ଲାଇଟ୍ ଜଳେଇବା ପାଇଁ ସ୍ଥାନୀୟ ଲୋକ ଦାବି କରୁଛନ୍ତି ।