ରାସ୍ତା ନିର୍ମାଣ ନିମ୍ନମାନର

 ରାଇଘର: ରାସ୍ତା କାର୍ଯ୍ୟରେ ଦୁର୍ନୀତି । ୫ ଲକ୍ଷ ଟଙ୍କାର ରାସ୍ତା କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ନେଇ ଅଭିଯୋଗ ଆଣିଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମଳିଛି ୩ ନମ୍ୱର କଚରାପାରା ପଂଚାୟତର ଜୋଡଯଙ୍ଗା ଡିଏନକେ ଗ୍ରାମରୁ ପଖନାପାରା ନୂଆପାରା ଗ୍ରାମକୁ ରାସ୍ତାରେ ।  ଗ୍ରାମବାସୀଙ୍କ କହିବାନୁଯାୟୀ, ଗତ ୪ ମାସ ପୂର୍ବେ ଯୋଡ଼ଜଙ୍ଗା ଡିଏନକେ ଗ୍ରାମର ତିନିଜଣ ଠିକାଦାର ମିଶି ଏନ୍ଆରଜିଏସରେ ପାଞ୍ଚ ଲକ୍ଷ ଟଙ୍କାର ରାସ୍ତା କାମକୁ ଠିକା ନେଇ ରାସ୍ତା କାମ ଯେନେତେନେ ମାଟି ପକେଇ ତିଆରି କରି ଦେଇ ଅଧା ବିଲ୍ ଉଠେଇ ନେଇଗଲେ । ବର୍ତ୍ତମାନ ସେହି ରାସ୍ତାରେ ଯିବା ଆସିବା କରିବାରେ ନାନାଦି ଅସୁବିଧା ସୃଷ୍ଟି ହେଉଛି । କାରଣ ରାସ୍ତା ନିର୍ମାଣ ଅତି ନିମ୍ନମାନର ହୋଇଛି । ଏନେଇ ଗ୍ରାମବାସୀ ଠିକାଦାରଙ୍କୁ ଫୋନ କରି ଜଣେଇବା ପରେ ତମେମାନେ ଯେତେ ସାମ୍ବାଦିକଙ୍କୁ ଡାକିବାର ଅଛି ଡାକ, ରାଇଘର ଉମରକୋଟର ସବୁ ସାମ୍ବାଦିକଙ୍କୁ ମୁଁ ପଇସା ଦେଇ ପୋଶୁଛି ମୋ ଖବର କିଏ ତିଆରି କରିବେ ନାହିଁ ସମସ୍ତଙ୍କୁ ମୁଁ ପଇସା ଦେଇ ମୁହଁ ବନ୍ଦ କରେଇଦେବି ବୋଲି ଠେକାଦାର ମିଥୁନ ବ୍ୟାପାରୀ କହିଛନ୍ତି । ଯାହାର ରେକଡିଙ୍ଗ ମଧ୍ୟ ରହିଛି । ଆଜି ଏହି ବିଷୟରେ ଯୋଡ଼ଜୋଙ୍ଗା ଡିଏନକେ ଗ୍ରାମ ଏବଂ ନୂଆପାରା ଗ୍ରାମର ରଞ୍ଜନ ଦାସ, ବିଷ୍ଣୁପଦ ମଣ୍ଡଳ, ଦୁର୍ଜନ ଗଣ୍ଡ, ପୁଣିତ ଗଣ୍ଡ, ବଂଶୀ ଗଣ୍ଡ, ଦେବିଲାଲ ଗଣ୍ଡ, ହରିଦାସ ମଣ୍ଡଳ, ମଳୟ ମଣ୍ଡଳ, କିଶୋର ବାଙ୍ଗାଲି, ବାବୁଲୁ ବିଶ୍ୱାସ, ଅନୁ ବିଶ୍ୱାସ, ମଣିଷନ୍ତ ବିଶ୍ୱାସ,କାଳୁ ସରକାର, ସାଗର ହାଲଦାର, ନିତ୍ତ ମଣ୍ଡଳ, ଜଗ ମଣ୍ଡଳ, ସମୀର ପାଲ, ଇନ୍ଦ୍ରଜିତ ମଲ୍ଲିକ, ଅସିତ ଗଣ୍ଡ, ହରିହର ସରକାର, ଟେଙ୍ଗରା ବୈଦ୍ୟ, ବିଭୀଷଣ ମଣ୍ଡଳ, ପେଗଲ ସରକାର, ଠାକୁର ମଣ୍ଡଳ, ଫିଲୁ ମଣ୍ଡଳ, ତୁଳସୀ ଗଣ୍ଡ,ସୁନ୍ଦରଲାଲ ଗଣ୍ଡ, ହେମଲାଲ ଗଣ୍ଡ, ଅନୁପମ ବିଶ୍ୱାସ, ସୁକଦେଓ ଗଣ୍ଡ ଙ୍କ ସମେତ ଶହେଜଣ ଗ୍ରାମବାସୀ ଏହି ନିମ୍ନମାନର ରାସ୍ତା ତିଆରି ଅଭିଯୋଗ ଆଣିଛନ୍ତି । ଯନ୍ତ୍ରୀ ରାସ୍ତା ନ ଦେଖି କେମିତି ଅଧା ବିଲ କରିଦେଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।