ରାହୁଲ ଓ ସୋନିଆ ଗାନ୍ଧିଙ୍କ କୁଶ ପୁତ୍ତଳିକା ଦାହ

 କଟକ : ନ୍ୟାସନାଲ ହେରାଲଡ଼ ଦୁର୍ନୀତି ମାମଲାରେ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ଗିରଫଦାରୀକୁ ନେଇ କଟକରେ ଗର୍ଜିଲା ବିଜେପି ଯୁବମୋର୍ଚ୍ଚା । ସ୍ଥାନୀୟ ଗୌରୀଶଙ୍କର ପାର୍କ ସମ୍ମୁଖରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଂପାଦକ ଗଗନ ଓଝାଙ୍କ ନେତୃତ୍ୱରେ ରାହୁଲ ଓ ସୋନିଆ ଗାନ୍ଧିଙ୍କ କୁଶ ପୁତ୍ତଳିକା ଦାହ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଗାମୀ ଦିନରେ ସଂସଦରୁ ରାହୁଲ ଗାନ୍ଧି ଯଦି ଇସ୍ତଫା ନ ଦେଲେ, ତେବେ ବିଜେପି ଏହି ଆନେ୍ଦାଳନକୁ ତୀବ୍ର କରିବ ବୋଲି ଯୁବମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ କଟକ ବିଜେପିର ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ ।