ରେଙ୍ଗାଲି କ୍ଷତିଗ୍ରସ୍ତ ପ୍ରଜାଙ୍କ ସମ୍ବର୍ଦ୍ଧନା ସଭା

 ତାଳଚେର:  ରେଙ୍ଗାଲି ଜଳ ସେଚନ ଅନ୍ତର୍ଗତ ସମଲ ବ୍ୟାରେଜ ଜଳରୋଧକ ବନ୍ଧ ଦ୍ୱାରା କ୍ଷତିଗ୍ରସ୍ତ ଛଅଟି ମୌଜା ଯଥା ନାଲମ,  ଦୁର୍ଗାପୁର,  ତାଳପଦା,  ଶିପୁର,  ଗହମ ଓ କୁସୁମପାଳର ବାସଚୁ୍ୟତ ପ୍ରଜାଗଣଙ୍କ ଦ୍ୱାରା ପାଲଲହଡା ବିଧାୟକ ଅଶୋକ ମହାନ୍ତିଙ୍କ ଉଦେ୍ଦଶ୍ୟରେ ଗହମ ଆମ୍ବ ତୋଟା ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଛଅଟି ଗ୍ରାମର ପୁରୁଷ ଓ ମହିଳା ପ୍ରାୟ ପାଞ୍ଚଶହରୁ ଅଧିକ ଲୋକ ଉପସ୍ଥିତ ଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପାଳଲହଡା ବିଧାୟକ ଅଶୋକ ମହାନ୍ତି, ମଂଚାସୀନ ଅତିଥି ଜଗମୋହନ ପ୍ରଧାନ, ବିରଞ୍ଚି ସାହୁ, ପ୍ରହ୍ଲାଦ ସାମଲ, ହରେକୃଷ୍ଣ ପ୍ରଧାନ, ସୁବ୍ରତ ଗଡ଼ନାୟକ, ରାଜେନ୍ଦ୍ର ବେହେରା, ଦୁର୍ଯେ୍ୟାଧନ ସାମଲ, ରମେଶ ସାହୁ, ପଦ୍ମଲୋଚନ ନାଏକ ଓ ସୁମତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଛଅଟି ଗ୍ରାମର କ୍ଷତିଗ୍ରସ୍ତ ପ୍ରଜାମାନଙ୍କୁ ଜମି ଓ ବାସଗୃହ ଅଧିଗ୍ରହଣ କ୍ଷତିପୂରଣ ପ୍ରାପ୍ୟ ୨୦୧୬ ମସିହାରେ ମିଳିଥିଲେ ସୁଦ୍ଧା ଆଜିପର୍ଯନ୍ତ ଏମାନଙ୍କୁ  ପୁନର୍ବାସ ଓ ଥଇଥାନ କରାଯାଇନାହିଁ । ଆଜକୁ ନଅ ବର୍ଷ ହେଲା ଏମାନେ ପିଲା କୁଟୁମ୍ୱ ଧରି ନଦୀ ପାର୍ଶ୍ୱରେ ବିପଦ ସଂକୁଳ ଅବସ୍ଥାରେ ଓ ଅନ୍ୟ କିଛି ପ୍ରଜା ଅନ୍ୟତ୍ର ଭଡା ଘର ନେଇ ରହି ଆସୁଛନ୍ତି । ଏ ବାବଦରେ ପ୍ରଶାସନକୁ ବହୁବାର ଆପତ୍ତି ଅଭିଯୋଗ କଲା ପରେ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆର୍ଆରସି ବୈଠକର ନିଦେ୍ର୍ଦଶ ଅନୁଯାୟୀ ସ୍ୱତନ୍ତ୍ର ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ ଅଧିକାରୀ, ବାଘୁଆବୋଲ, ତାଳଚେର ଓ ମୁଖ୍ୟ ଯନ୍ତ୍ରୀ ସମଲ ବ୍ୟାରେଜଙ୍କ କର୍ମଚାରୀମାନଙ୍କ ଦ୍ୱାରା ମିଳିତ ସର୍ଭେ କରାଯାଇ ପରିବାର ପୁନର୍ବାସ ଓ ଥଇଥାନ ତାଲିକା ପ୍ରସ୍ତୁତ କରାଯାଇଛି  । ସର୍ଭେ କରାଯିବ ପରେ କ୍ଷତିଗ୍ରସ୍ତ ପ୍ରଜା ଜାଣିବାକୁ ପାଇଲେ ଯେ ଏହି ତାଲିକାଟି ବର୍ତ୍ତମାନ ଜିଲ୍ଲାପାଳ, ଅନୁଗୋଳଙ୍କ ଦ୍ୱାରା ଦସ୍ତଖତ ହୋଇ ଫରୱାର୍ଡ ହୋଇଥିଲେ ସୁଦ୍ଧା ଆରଡିସି, ସମ୍ବଲପୁର କାର୍ଯ୍ୟାଳୟକୁ ପହଞ୍ଚି ନାହିଁ, ଆହୁରି ମଧ୍ୟ ବହୁ ଯୋଗ୍ୟ ହିତାଧିକାରୀ ଏହି ତାଲିକାରୁ ବଞ୍ଚିତ ହୋଇଅଛନ୍ତି । କ୍ଷତିଗ୍ରସ୍ତ ପ୍ରଜାମାନଙ୍କର ନଅଟି ପ୍ରମୁଖ  ଦାବିଗୁଡିକୁ ପୂରଣ କରିବା ପାଇଁ ବିଧାୟକଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ନିଖିଲ କୁମାର ସାହୁ, ପବିତ୍ର ମୋହନ ସାହୁ, ଦୁଷ୍ମନ୍ତ ବେହେରା, ଲୋକନାଥ ପ୍ରଧାନ, ବିଦ୍ୟାଧର ସାହୁ, କାଳନ୍ଦୀ ନାଏକ, ସୁଶୀଲ ସାହୁ, ପ୍ରବୀଣ ସାହୁ ଓ ଅରୁଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସର୍ବଶେଷରେ ନିଖିଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।